ରଥଯାତ୍ରା: ଧାଡ଼ି ପହଣ୍ଡିରେ ରଥରେ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆଜି ପବିତ୍ର ରଥଯାତ୍ରା। ଅଣସରରୁ ବାହାରିବା ପରେ ଭାଇ ଭଉଣୀଙ୍କୁ ସାଥିରେ ନେଇ ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ କାଳିଆ ସାଆନ୍ତ। ବଡ଼ଦାଣ୍ଡରୁ ରଥରେ ଚଢ଼ି ଜନ୍ମବେଦିକୁ ଯିବେ ଶ୍ରଜିଉ। ଏଥି ପାଇଁ ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ ହୋଇ ରହିଛି। ଧାଡ଼ି ପହଣ୍ଡିରେ ରଥ ଉପରକୁ ଛୁଟିଆସିବେ ରତୁର୍ଦ୍ଧାମୂର୍ତ୍ତି।
ପ୍ରଥମେ ସୁଦର୍ଶନ ତାପରେ ବଡ଼ ଠାକୁର ବଳଭଦ୍ର ଏବଂ ତାପରେ ଭଉଣୀ ସୁଭଦ୍ରା, ସର୍ବଶେଷରେ ଆସିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ତେବେ ଆରମ୍ଭ ହୋଇଛି ପହଣ୍ଡି ବିଜେ ନୀତି। ଧାଡ଼ି ପହଣ୍ଡିରେ ରଥକୁ ଆସୁଛନ୍ତି ଚତୁର୍ଦ୍ଧାପୂର୍ତ୍ତି। ସୁଦର୍ଶନ, ବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ପରେ ସିଂହଦ୍ୱାରରୁ ଧିରେ ଧିରେ ସେବାୟତଙ୍କ ହାତରେ ବାହାରି ଆସୁଛନ୍ତି କଳା ଠାକୁର।
ତେବେ କଡା କଟକଣା ଭିତରେ ଆରମ୍ଭ ହୋଇଛି ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି। ଶ୍ରୀଜିଉଙ୍କ ଯଥାରୀତି ନୀତିକାନ୍ତି ଶେଷ ହେବା ପରେ ନିଦ୍ଧାରିତ ସମୟରେ ଆରମ୍ଭ ହୋଇଯାଇଛି ପହଣ୍ଡି। କରୋନା କଟକଣା ଭିତରେ କେବଳ ପୁରୀରେ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା।