ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ: ଧାଡ଼ି ପହଣ୍ଡିରେ ଆସି ରଥାରୁଢ଼ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଧାଡ଼ି ପହଣ୍ଡିରେ ଦଇତାଙ୍କ କାନ୍ଧରେ ଝୁଲି ଝୁଲି ବଡ଼ଦାଣ୍ଡକୁ ଆସିଲେ ଚତୁର୍ଦ୍ଧାମୂର୍ତ୍ତୀ। ଦେବଦଳନରେ ସୁଭଦ୍ରା, ତାଳଧ୍ୱଜରେ ବଳଭଦ୍ର ରଥାରୁଢ଼। ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ। ୬ ଅନୁଗାମୀଙ୍କ ସହ ରଥାରୁଢ ଠାକୁରଙ୍କୁ ଦର୍ଶନ କରୁଛନ୍ତି ଶଙ୍କରାଚାର୍ଯ୍ୟ। ରଥ ଉପରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବା ପାଇଁ ଗତକାଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସେବାୟତ ଓ ମୁଖ୍ୟ ପ୍ରଶାସକ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ ଦେଇଥିଲେ ।
ଏହାପରେ ଗଜପତି ଛେରାପହଁରା କରିବେ। ପରେ ପରେ ଦିନ ୩ଟାରେ ରଥଟଣା ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିନ ୧୨ଟା ୪୫ରୁ ଅପରାହ୍ନ ୨ଟା ମଧ୍ୟରେ ଛେରାପହଁରା ନୀତି ହେବ। ଅପରାହ୍ନ ୩ଟାରେ ରଥ ଟଣା ହେବ।
ଚଳିତ ବର୍ଷ କୋଭିଡ କଟକଣା ଭିତରେ ବିନା ଭକ୍ତରେ ରଥଯାତ୍ରାର ଅନୁଷ୍ଠିତ ହେଉଛି। ତେଣୁ ସେବାୟତମାନେ ହିଁ ରଥକୁ ଟାଣିବେ । ପୁରୀରେ ଗତକାଲି ରାତି ୮ଟାରୁ କର୍ଫ୍ୟୁ ଲାଗୁ ହୋଇଛି। ଏହା ଆସନ୍ତାକାଲି ରାତି ୮ଟା ଯାଏଁ ଜାରି ରହିବ। ଘୋଷଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।