କାୟା ବିସ୍ତାର କଲାଣି ଡେଙ୍ଗୁ, ଭୁବନେଶ୍ୱରରୁ ୫୫ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ଥମି ନଥିବାବେଳେ ଡେଙ୍ଗୁ ସଂକ୍ରମଣ ବଢ଼ିଲାଣି। ଏବେ ଚିନ୍ତା ବଢାଇଲାଣି ଡେଙ୍ଗୁ ଆକ୍ରାନ୍ତ ହାର। ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ। ଏନେଇ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ କହିଛନ୍ତି ଯେ, ରାଜ୍ୟରେ ଡେଙ୍ଗୁ କିଛି ମାତ୍ରାରେ ବଢିଛି। ଗତକାଲି ସୁଦ୍ଧା ଭୁବନେଶ୍ୱରରେ ୫୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।
ଡେଙ୍ଗୁକୁ ନେଇ ସ୍ଥିତି ଚିନ୍ତାଜନକ ନୁହେଁ ବୋଲି ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ କହିଛନ୍ତି। ଅନ୍ୟପକ୍ଷରେ ରାଜଧାନୀରେ ଡେଙ୍ଗୁ ରୋଗର ପ୍ରତିକାର ପାଇଁ ବିଏମସି ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ବିଏମସିର ସ୍ୱତନ୍ତ୍ର ଟିମ ଘର ଘର ବୁଲି ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳୁଛି।