କ୍ଷୁଦ୍ରତ୍ତମ ଭାକ୍ୟୁମ କ୍ଲିନର ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ ଓଡ଼ିଆ ପୁଅ ଶୁଭମ୍
![](https://www.odishalink.com/wp-content/uploads/2021/07/3-2.jpg)
ଚାନ୍ଦବାଲି: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ ଓଡ଼ିଆ ପୁଅ ଶୁଭମ୍। ନିଜ ଜନ୍ମମାଟି ଓ ନିଜ ରାଜ୍ୟ ପାଇଁ ଆଣିଦେଇଛନ୍ତି ଗୌରବ। ପୃଥିବୀର ସବୁଠାରୁ ଛୋଟ ଭାକ୍ୟୁମ କ୍ଲିନର ତିଆରି କରି ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛନ୍ତି। ଏବେ ସେ ଗିନିଜ୍ ବୁକ୍ ରେକର୍ଡ଼ କରିବା ପାଇଁ ଲାଗି ପଡ଼ିଛନ୍ତି। ତାଙ୍କର ଏହି ସଫଳାତା ପାଇଁ ତାଙ୍କୁ ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି।
ଚାନ୍ଦବାଲି ବ୍ଲକ୍ ଖେରଙ୍ଗ ପଞ୍ଚାୟତ ରାଉତ ସାହିରେ ଶୁଭମଙ୍କ ଜନ୍ମ। ପିଲାଟି ଦିନରୁ ଶୁଭମ ମେଧାବୀ ଛାତ୍ର। କିଛି ନୂଆ କରି ଦେଖାଇବା ତାଙ୍କର ଅଭିଳାସ ଥିଲା। ୫ମ ଶ୍ରେଣୀରୁ ବିଜ୍ଞାନ ମେଳାରୁ ତାଙ୍କର ପ୍ରତିଭା ବିକଶିତ ହୋଇଥିଲା। ୮ମ ଶ୍ରେଣୀର ପଢିଲା ବେଳେ ସେ ଏକ ବଡ ଭାକ୍ୟୁମ କ୍ଲିନର ତିଆରି କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ହୋଇଥିଲେ। ୯ମ ଶ୍ରେଣୀର ପୃଥିବୀର ସବୁଠାରୁ ଛୋଟ ଭାକ୍ୟୁମ କ୍ଲିନର ଯାହାର ଲମ୍ବ ମାତ୍ର ୧.୨୧ ସେଣ୍ଟିମିଟର ତିଆରି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛି। ଶୁଭମଙ୍କ ଇଚ୍ଛା, ଏହି ଭାକ୍ୟୁମ କ୍ଲିନରକୁ ଆହୁରି ଛୋଟ କରିବେ ସେଥିପାଇଁ ସେ ଦିନକୁ ୩ ଘଣ୍ଟା ଏଥିପ୍ରତି ଦେଉଛନ୍ତି।
ନିଜ ଦୃଢ଼ ଇକ୍ତା ଶକ୍ତି ଆଗରେ ହାର ମାନିନି ଦାରିଦ୍ରତା। ଶୁଭମଙ୍କ ବାପା ଜଣେ ଗରିବ ଚାଷୀ ଏବଂ ତାଙ୍କର ୫ ଭଉଣୀ ଓ ମା’। ଆର୍ଥିକ ସ୍ଥିତି ଖରାପ ଥିଲେ ମଧ୍ୟ ଶୁଭମ ଏବେ ବାସୁଦେବପୁର ନବଦୋୟ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ଶୁଭମଙ୍କର ଏହି ଭାକୁମ କ୍ଲିନର ତିଆର ପାଇଁ ଅଧିକ ଯାହା ଉପକରଣ ଆବଶ୍ୟକ ପଡ଼ୁଛି ଓ ନୂଆ ରିସର୍ଚ୍ଚ ପାଇଁ ଉପକରଣ ଯୋଗାଇବା ତାଙ୍କ ବାପାଙ୍କ ପକ୍ଷେ ସମ୍ଭବ ହେଉନାହିଁ। ନିଜସ୍ଵ ଉଦ୍ୟମରେ ଶୁଭମ ଜାରି ରଖିଛନ୍ତି ତାଙ୍କର ଏହି ସାଧନା।