+୨ରେ ବଢ଼ିବ ସିଟ୍, ଅନୁମତି ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ମହାମାରୀ କରୋନା ଯୋଗୁଁ ଶିକ୍ଷା କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି। କରୋନା ବିପତ୍ତି ସମଗ୍ର ଶିକ୍ଷାବ୍ୟବସ୍ଥାକୁ ଓଲଟପାଲଟ କରି ଦେଇଥିବାବେଳେ ଆଗାମୀ ଦିନରେ ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ ଏକ ମସ୍ତବଡ଼ ଆହ୍ୱାନ ହେବାକୁ ଯାଉଛି। ମହାମାରୀ କରୋନା ଯୋଗୁଁ ପ୍ରାୟ ୨ ବର୍ଷ ହେଲା ରାଜ୍ୟର କୌଣସି ଶିକ୍ଷାନୁଷ୍ଠାନ ଖୋଲି ନାହିଁ।
ଛାତ୍ରଛାତ୍ରୀ ମାନେ ବିନା ପରୀକ୍ଷାରେ ଚଳିତବର୍ଷ ରେକର୍ଡ଼ ସଂଖ୍ୟାରେ ମାଟ୍ରିକ୍ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଯାହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଯୁକ୍ତ ଦୁଇରେ ସିଟ୍ ବଢ଼ାଇବାକୁ ଯୋଜନା କରିଛନ୍ତି। ଜୁନିଅର କଲେଜ ଗୁଡ଼ିକରେ ଯୁକ୍ତ ଦୁଇ ସିଟ୍ ବଢ଼ାଇବା ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର।
ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଏନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଯେଉଁ କଲେଜ ଗୁଡ଼ିକ ଚାହିଁବେ ଏନେଇ ଆବେଦନ କରିପାରିବେ। ସିଟ୍ ବୃଦ୍ଧି ପାଇଁ ୭ ଦିନ ମଧ୍ୟରେ ଆବେଦନ କରିପାରିବେ କଲେଜ। ସାମ୍ସ ଜରିଆରେ ଅନଲାଇନରେ ଆବେଦନ କରିବାକୁ ନିର୍ଦ୍ଦେଶ ହୋଇଛି। ସୂଚନାଥାଉକି, ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୧୦ ପିଲା ମାଟ୍ରିକ ପାସ୍ କରିଛନ୍ତି। ତେବେ ରାଜ୍ୟରେ +୨ ସିଟ୍ ସଂଖ୍ୟା ୪ ଲକ୍ଷ ୪୩ ହଜାର ୩୫୪ ରହିଛନ୍ତି।