ପୁଣି ସୀମାରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ

ଶ୍ରୀନଗର: ପୁଣି ସୀମାରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ। ଜମ୍ମୁସ୍ଥିତ ଭାରତ ଓ ପାକିସ୍ତାନ ସୀମାରେ ପୁଣି ପାକିସ୍ତାନୀ ଡ୍ରୋନ ଉଡ଼ୁଥିବା ଦେଖିବାକୁ ମିଳିଛି। ବିଏସଏଫ୍ ଯବାନମାନେ ଡ୍ରୋନ ଉପରକୁ ଗୁଳି ଚଳାଇବାରୁ ଡ୍ରୋନଟି ପୁଣି ପାକିସ୍ତାନ ସୀମା ମଧ୍ୟକୁ ଫେରିଯାଇଛି।
ବିଏସଏଫ ସୁତ୍ରରୁ ମିଳିଥିବା ସୂଚନା ଅନସାରେ, ଗତ ରାତିରେ ଜମ୍ମୁର ଆର୍ନିଆ ସେକ୍ଟର ନିକଟସ୍ଥ ଅନ୍ତର୍ଜାତୀୟ ସୀମା ଉପରେ ଏକ ଲାଲ୍ ଆଲୋକ ଉଡ଼ୁଥିବା ଦେଖାଯାଇଥିଲା। ତେବେ ସତର୍କ ଥିବା ବିଏସଏଫ୍ ଯବାନମାନେ ଏହାକୁ ଡ୍ରୋନର ଆଲୋକ ବୋଲି ଜାଣିବାପରେ ଛଅ ରାଉଣ୍ଡ ଗୁଳି ଚଳାଇଥିଲେ। ଫଳରେ ଡ୍ରୋନଟି ପୁଣି ପାକିସ୍ତାନ ସୀମା ମଧ୍ୟକୁ ଫେରିଯାଇଥିଲା।
ଏହା ପରେ ବିଏସଏଫ୍ ପକ୍ଷରୁ ନିକଟବର୍ତ୍ତୀ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ତେବେ ଉକ୍ତ ଡ୍ରୋନର କୌଣସି ସନ୍ଧାନ ମିଳିନଥିଲା। ଗତ ମାସରେ ପାକିସ୍ତାନୀ ଆତଙ୍କବାଦୀମାନେ ଡ୍ରୋନ ମାଧ୍ୟମରେ ବିସ୍ଫୋରକ ପଠାଇ ଜମ୍ମୁସ୍ଥିତ ବାୟୁସେନା ଘାଟିରେ ବିସ୍ଫୋରଣ କରିଥି୍ଲେ। ଏହି ଘଟଣାରେ ଦୁଇଜଣ ବାୟୁସେନା କର୍ମଚାରୀ ଆହତ ହୋଇଥିଲେ।