ରଥ ଚକରେ ଫାଟ, ଚାଲିଛି ମରାମତି

ପୁରୀ: ରଥ ଚକରେ ଫାଟ। ତିନି ଠାକୁରଙ୍କ ରଥର ଦକ୍ଷିଣ ମୋଡ଼ ପୂର୍ବରୁ ରଥ ଯାଞ୍ଚ ବେଳେ ଫାଟ ଥିବା ଜଣାପଡ଼ିଛି। ସ୍ୱତନ୍ତ୍ର ବୈଷୟିକ ଟିମ୍ ଦ୍ୱାରା ତିନିରଥର ହେଲା ଯାଞ୍ଚ କରାଯାଇଛି। ଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୋଟିଏ ଲେଖାଏଁ ଚକରେ ରହିଛି ସାମାନ୍ୟ ଫାଟ ଜଣାପଡ଼ିଛି।
ଦଶମହାରଣା ଛଅଜଣ ଭୋଇ ସେବକ ଓ ତିନିଜଣ କମାର ସେବକ କରୁଛନ୍ତି ମରାମତି। ପୂର୍ବତଟ ରେଳବାଇର ଟେକ୍ନିକାଲ ଟିମ୍ କ୍ଷତିଗ୍ରସ୍ତ ଅଂଶକୁ ଜଗ ଲଗାଇ ଟେକି ଧରିବା ଯୋଗୁଁ ମରାମତି ତ୍ୱରିତ ସହ ସହଜ ହୋଇପାରିଛି। ଦରକାର ପଡ଼ିଲେ ଆବଶ୍ୟକ ପଦକ୍ଷେପ ନିଆଯିବ। ଦକ୍ଷିଣ ମୋଡ଼ ପରେ ଆଉ ଥରେ ମଧ୍ୟ ଯାଞ୍ଚ ହେବ।
ନେଇ ମୁଖ୍ୟ ମହାରଣା ନରସିଂହ ମହାପାତ୍ର କହିଛନ୍ତି, ଚକ ବାମ ପଟକୁ ଢଳି ଯାଇଛି। ତାହାକୁ ପୂରା ସିଧା କରାଯିବ। ଏହାପରେ ତାକୁ ସାଇଜ କରାଯିବ।ବାରମ୍ବାର ବ୍ରେକକ୍ ପଡ଼ିବା ଯୋଗୁ ଚକ ମାଡ଼ ହେବା ହୋଇ ଏପରି ହୋଇଛି।