ଭୁବନେଶ୍ବରରୁ ନୂଆ ୩୧୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ହାର କମୁଛି। ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହି କ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୩୧୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନରୁ ୮୨ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୨୨୯ ଜଣ ରହିଛନ୍ତି।
ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୯୫, ୧୯୪। ତେବେ ୯୩,୩୩୨ ଜଣ ସୁସ୍ଥ ହୋଇ ଥିବା ବେଳେ ୫୯୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୧୨୪୬ ଆକ୍ଟିଭ୍ କେସ୍ ରହିଛି। ସେହିଭଳି ୨୪ ଘଣ୍ଟା ମଧ୍ୟରେ ୨୩୫ ଜଣ ସୁସ୍ଥ ହୋଇ ଫେରିଛନ୍ତି।