ଶୁଭେନ୍ଦୁ ଅଧିକାରୀଙ୍କ ଘରେ ସିଆଇଡି ଚଢ଼ଉ

କୋଲକାତା: ଶୁଭେନ୍ଦୁ ଅଧିକାରୀଙ୍କ ଘରେ ସିଆଇଡି ଚଢ଼ଉ। ପଶ୍ଚିମବଙ୍ଗ ସିଆଇଡି ତରଫରୁ ରାଜ୍ୟ ବିଧାନସଭାର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବାସଭବନରେ ଚଢାଉ କରିଛି । ୨୦୧୮ ମସିହାରେ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମୃତ୍ୟୁ ମାମଲାରେ ଶୁଭେନ୍ଦୁ ଅଧିକାରୀଙ୍କ ଘରେ ସିଆଇଡି ଚଢ଼ଉ କରିଛି।
୩ ବର୍ଷ ପୁରୁଣା ମାମଲାକୁ ପୁନର୍ବାର ଖୋଲାଯାଇ ତାଙ୍କୁ ହଇରାଣ କରିବାକୁ ଚେଷ୍ଟା କରାଯାଉଛି ବୋଲି ଅଧିକାରୀ କହିଛନ୍ତି । ଟିଏମସି ବିରୋଧରେ ଅଭିଯୋଗ ଆଣିଛନ୍ତି ପୂର୍ବତନ ଟିଏମସି ସଦସ୍ୟ ଶୁଭେନ୍ଦୁ ଅଧିକାରୀ ।
ଶନିବାର ପୂର୍ବ ମେଦିନୀପୁରରେ ରହିଥିବା ଅଧିକାରୀଙ୍କ ବାସଭବନରେ ସିଆଇଡି ଚଢାଉ କରିଛି। ୨୦୧୮ରେ ଅଧିକାରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ଅଧିକାରୀ ଆତ୍ମହତ୍ୟା କରିଥିଲେ। ନିକଟରେ ଉକ୍ତ ଅଫିିସରଙ୍କ ପତ୍ନୀ ଅଭିଯୋଗ କରିବା ପରେ ମାମଲାର ତଦନ୍ତ ଭାର ସିଆଇଡି ହାତକୁ ଯାଇଛି।
ଏହା ପୂର୍ବରୁ ବୁଧବାର ଦିନ ବି ସିଆଇଡିର ଏକ ଟିମ୍ ଶୁଭେନ୍ଦୁ ଅଧିକାରୀଙ୍କ ବାସଭବନରେ ପହଂଚି ଯାଂଚ କରିଥିଲା। ହେଲେ ସେତେବେଳେ ଶୁଭେନ୍ଦୁ ସେଠାରେ ନଥିଲେ। ସିଆଇଡିର ଟିମ୍ ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ତଥା ସାଂସଦ ଦିବ୍ୟନ୍ଦୁ ଅଧିକାରୀଙ୍କ ସହ କଥା ହୋଇ ଫେରିଥିଲେ।
ସୂଚନାଯୋଗ୍ୟ, ୨୦୧୮ ମସିହାରେ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ମୃତଦେହ ସିନ୍ଦିଗ୍ଧ ଅବସ୍ଥାରେ ଏକ ଘର ଭିତରୁ ମିଳିଥିଲା। ତାଙ୍କୁ କୋଲକତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ତାପର ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ସେହି ସମୟରେ ଶୁଭେନ୍ଦୁ ରାଜ୍ୟ ପରିବହନ ବିଭାଗର ମନ୍ତ୍ରୀ ଥିଲେ। ସେତେବେଳେ ଏହାକୁ ଆତ୍ମହତ୍ୟା କହି ମାମଲା କୁହାଯାଇଥିଲା। ହେଲେ କିଛିଦିନ ତଳେ ମୃତ ସୁରକ୍ଷାକର୍ମୀଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ। ଏହାପରେ ପୋଲିସ ଏହି ମାମଲାକୁ ପୁଣି ଯାଞ୍ଚ ପରିସରଭୁକ୍ତ କରିଛି।