ଅଦ୍ଭୁଦ ଛେଳି: ରହିଛି ୮ ଗୋଟି ଗୋଡ଼

କୋଲକାତା: ଜନ୍ମ ହେଲା ଏକ ଅଦ୍ଭୁଦ ଛେଳି। ଯାହାର ୮ ଗୋଟି ଗୋଡ଼ ରହିଛି। ଏଭଳି ଅଦ୍ଭୁଦ ଘଟଣା ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନା ଜିଲ୍ଲାରେ ଦେତବାକୁ ମିଳିଛି। ଏଭଳି ଅଦ୍ଭୁଦ ଛେଳିକୁ ଦେଖିବା ପାଇଁ ଗାଁଲୋକଙ୍କ ଭିଡ଼ ଜମିଛି। ଛେଳିର ୮ଟି ଗୋଡଥିବା ଦେଖି ଲୋକମାନେ ବି ଆଶ୍ଚର୍ଯ୍ୟ ହେଉଛନ୍ତି।
ତେବେ କାଳମେଘାର ବାସିନ୍ଦା ସରସ୍ୱତୀ ମଣ୍ଡଳଙ୍କ ଛେଳି ୨ଟି ଛୁଆକୁ ଜନ୍ମ ଦେଇଥିଲା। ଜଣେ ସାଧାରଣ ଥିବା ବେଳେ ତାର ୪ ଟି ଗୋଡ଼ ରହିଛି। କିନ୍ତୁ ଦ୍ୱିତୀୟ ଛେଳି ଛୁଆର ୮ଟି ଗୋଡ ରହିଛି। ଯେବେ ସରସ୍ୱତୀ ଏହି ଅଜବ ଛେଳିଛୁଆକୁ ଦେଖିଲେ, ସେ ବି ଡରିଯାଇଥିଲେ। ଏପରି ଛେଳିଛୁଆ ଜନ୍ମ ହେବା ବହୁ ବିରଳ।