ବାଲାଜୀ ମନ୍ଦିରକୁ ସାଢ଼େ ୬ କେଜିର ସୁନା ଖଣ୍ଡା ଦାନ କଲେ ହାଇଦ୍ରାବାଦ ଦମ୍ପତ୍ତି
![](https://www.odishalink.com/wp-content/uploads/2021/07/Golden-Sword.jpg)
ହାଇଦ୍ରାବାଦ: ଦେଶର ସବୁଠାରୁ ପ୍ରତିଷ୍ଠିତ ଓ ଧନୀ ମନ୍ଦିର ହେଉଛି ଆନ୍ଧ୍ରପ୍ରଦେଶ ସ୍ଥିତ ତିରୁମାଲା ତିରୁପତି ବାଲାଜୀଙ୍କ ମନ୍ଦିର। ଏହି ମନ୍ଦିରକୁ ଭକ୍ତ ମାନେ କୋଟି କୋଟି ଟଙ୍କା ଓ ସୁନା ଦାନ କରିଥାନ୍ତି। ଏସବୁ ମଧ୍ୟରେ ହାଇଦ୍ରାବାଦର ଶ୍ରୀନିବାସ ଦମ୍ପତ୍ତି ବାଲାଜୀଙ୍କ ମନ୍ଦିରରେ ଏକ ସୁନାର ଖଣ୍ଡା ଅର୍ପଣ କରିଛନ୍ତି। ଯାହାର ମୂଲ୍ୟ ୪ କୋଟି ଟଙ୍କା ବୋଲି ଜଣାପଡ଼ିଛି।
ଶ୍ରୀନିବାସ ଦମ୍ପତ୍ତି ସୋମବାର ସକାଳେ ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ଅଧିକାରୀଙ୍କୁ ସୁନାର ଖଣ୍ଡା ଦାନ କରିଛନ୍ତି। ଶ୍ରୀନିବାସ ଦମ୍ପତ୍ତି ତିରୁମାଳାର କଲେକ୍ଟିଭ ଗେଷ୍ଟ ହାଉସରେ ଗଣମାଧ୍ୟମଙ୍କ ସାମ୍ନାରେ ପାଖାପାଖି ସାଢ଼େ ୬ କିଲୋଗ୍ରାମ ଓଜନର ସୁନାର ଖଣ୍ଡା ଦେଖାଇଥିଲେ। ସୂଚନାଥାଉକି ଶ୍ରୀନିବାସ ଦମ୍ପତ୍ତି ଗତ ଏକବର୍ଷ ହେବ ଏହି ଖଣ୍ଡା ଅର୍ପଣ କରିବାକୁ ଚାହୁଁଥିଲେ କିନ୍ତୁ କରୋନା ହେତୁ ଏହା ସମ୍ଭବ ହୋଇ ନଥିଲା। ଏବେ ଏହି ଖଣ୍ଡାକୁ ଅର୍ପଣ କରିଥିବାରୁ ଶ୍ରୀନିବାସ ଦମ୍ପତ୍ତି ବହୁତ ଖୁସି ଥିବା କହିଛନ୍ତି।
ସୁନାର ଖଣ୍ଡା ‘ସୂର୍ଯ୍ୟକଟାରୀ’କୁ ଶ୍ରୀନିବାସ ଦମ୍ପତ୍ତି ତାମିଲନାଡୁର କୋୟମ୍ବଟୁରରେ ତିଆରି କରିଥିଲେ। ଏହାକୁ ତିଆରି କରିବା ପାଇଁ ୬ମାସର ସମୟ ଲାଗିଥିଲା। ସାଢ଼େ ୬ କିଲୋ ଓଜନର ଏହି ଖଣ୍ଡା ଏବେ ଚର୍ଚ୍ଚାରେ ରହିଛି।