ସାନିଆ ମିର୍ଜାଙ୍କୁ ମିଳିଲା ଦୁବାଇର ଗୋଲଡେନ୍ ଭିସା
ନୂଆଦିଲ୍ଲୀ: ଟେନିସ୍ ଖେଳାଳି ସାନିଆ ମିର୍ଜା ସମଗ୍ର ବିଶ୍ୱରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ସାନିଆ ମିର୍ଜାଙ୍କୁ ଦୁବାଇରୁ ଗୋଲଡେନ୍ ଭିସା ପ୍ରଦାନ କରାଯାଇଛି। ସାନିଆ ବର୍ତ୍ତମାନ ତାଙ୍କ ସ୍ୱାମୀ ତଥା ପୂର୍ବତନ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ସହ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ରହିପାରିବେ।
୧୦ ବର୍ଷ ପର୍ଯ୍ୟନ୍ତ ୟୁଏଇର ଗୋଲଡେନ୍ ଭିସା ପାଇବା ପରେ ସାନିଆ କହିଛନ୍ତି, ପରିଚୟ ଏବଂ ନାଗରିକତ୍ୱ ପାଇଁ ଫେଡେରାଲ୍ ଅଥରିଟି ଶେଖ ମହମ୍ମଦ ବିନ୍ ରସିଦଙ୍କୁ ସେ ଧନ୍ୟବାଦ ଦେଉଛନ୍ତି। ସେ କହିଛନ୍ତି ଯେ, ଦୁବାଇ ତାଙ୍କ ଏବଂ ତାଙ୍କ ପରିବାରର ଅତି ନିକଟତର। ଏହା ହେଉଛି ସେମାନଙ୍କର ଦ୍ୱିତୀୟ ଘର ଯେଉଁଠାରେ ସେମାନେ ସମୟ ବିତାଇବାକୁ ଚାହାଁନ୍ତି। ଭାରତର ନିର୍ବାଚିତ ନାଗରିକମାନଙ୍କ ମଧ୍ୟରୁ ଜଣେ ହେବା ମୋ ପାଇଁ ଗୌରବର ବିଷୟ। ଏହା ଆମ ଟେନିସ୍ ଏବଂ କ୍ରିକେଟ୍ ଏକାଡେମୀରେ କାମ କରିବାର ସୁଯୋଗ ଦେବ।
ଗୋଲଡେନ୍ ଭିସା ମାଧ୍ୟମରେ ଜଣେ ୟୁଏଇରେ ୧୦ ବର୍ଷ ରହିପାରିବ। ସାଧାରଣତଃ ବ୍ୟବସାୟୀ, ନିବେଶକ, ଡାକ୍ତର ଏବଂ ଅନ୍ୟାନ୍ୟ ସମାନ ବୃତ୍ତିର ଲୋକଙ୍କୁ ଏହି ଭିସା ପୂର୍ବରୁ ଦିଆଯାଉଥିଲା। ପରେ ଏହାର ନିୟମ ପରିବର୍ତ୍ତନ କରାଯାଇଥିଲା। ଏହା ପୂର୍ବରୁ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଏବଂ ଶାହାରୁଖ ଖାନଙ୍କୁ ମଧ୍ୟ ଗୋଲଡେନ ଭିସା ମିଳିଛି।