ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା, ହାଇକୋର୍ଟ ଗଲେ ସାଂସଦ

କଟକ: ଓଲିଉଡ ଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପାରିବାରିକ ବିବାଦରେ ନୂଆ ଟ୍ବିଷ୍ଟ। ମଙ୍ଗଳବାର ଦିନ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ବିବାହ ବିଚ୍ଛେଦ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ କରିଛନ୍ତି ଆବେଦନ। ଚୂଡ଼ାନ୍ତ ଶୁଣାଣି ପାଇଁ ନିର୍ଦ୍ଧାରିତ ସମୟ ନିର୍ଦ୍ଧାରଣ କରିବାକୁ କରିଛନ୍ତି ଆବେଦନ।
ସୂଚନାଯୋଗ୍ୟ, ଜୁଲାଇ ୧୪ ତାରିଖରେ କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ ବର୍ଷା ଓ ଅନୁଭବ। କଟକ ସ୍ଥିତ ଫ୍ୟାମିଲି କୋର୍ଟରେ ଉଭୟଙ୍କ ମଧ୍ୟରେ ବୁଝାମଣା ପାଇଁ ହାଜର ହୋଇଥିଲେ। ବିବାଦକୁ ଏଡାଇ ସ୍ୱାମୀ-ସ୍ତ୍ରୀ ଭାବେ ପୁଣିଥରେ ପରିବାରକୁ ଆଗକୁ ବଢାଇବା ପାଇଁ କନସିଲେସନ କମିଶନରଙ୍କ ପକ୍ଷରୁ ଉଦ୍ୟମ କରାଯାଇଥିଲା। ହେଲେ ସେଭଳି କୌଣସି ସୁଫଳ ମିଳିନଥିଲା।
ସୂଚନାଯୋଗ୍ୟ, ଛାଡପତ୍ର ନେଇ କଟକ ଫ୍ୟାମିଲି କୋର୍ଟ ମାମଲା ଦାୟର ହୋଇଥିଲା। ମାତ୍ର ଫ୍ୟାମିଲି କୋର୍ଟ କମିଶନର ବହୁ ବାର କୋର୍ଟରେ ହାଜର ହେବାକୁ ନୋଟିସ୍ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷା ହାଜର ହେଉଥିବା ବେଳେ ଅନୁଭବ ଆସୁନଥିଲେ। ଆଉ କେତେବେଳେ ଅନୁଭବ ଆସୁଥିଲା ବେଳେ ବର୍ଷା ହାଜର ହେଉନଥିଲେ। ଯେଉଁଥିପାଇଁ ଉଭୟଙ୍କ ଭିତରେ ଲାଗି ରହିଥିବା ଛାଡ଼ପତ୍ର ମାମଲାର ସମାଧାନ ହୋଇପାରୁନଥିଲା।