ବାହୁଡିଲେ କାଳିଆ ସାଆନ୍ତ, ଗଡିଲା ନନ୍ଦିଘୋଷ ରଥ
ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା। ଗୁଣ୍ଡିଚା ମନ୍ଦିରରେ ନବ ଦିନାତ୍ମକଯାତ୍ରା ସାରି ଆଜି ପୁଣି ଭାଇ ଭଉଣୀଙ୍କୁ ସାଥିରେ ଘେନି ଜନ୍ମବେଦୀରୁ ରତ୍ନବେଦୀକୁ ଯାତ୍ରା କରୁଛନ୍ତି କାଳିଆ ସାଆନ୍ତ। ଘଣ୍ଟ ଘଣ୍ଟା ନାଦ, ଡାହୁକ ଡାକରେ ଶ୍ରୀମନ୍ଦିର ଅଭିମୁଖେ ଗଡିଲା ନନ୍ଦିଘୋଷ ରଥ।
ତେବେ ବାହୁଡା ଯାତ୍ରାର ନିର୍ଘଂଟ ନୀତି ଅନୁଯାୟୀ ସକାଳ ଆଠଟାରୁ ଆରମ୍ଭ ହୋଇଥିଲା ପହଣ୍ଡି ଯାତ୍ରା। ପରମ୍ପରା ଅନୁଯାୟୀ ସମସ୍ତ ନୀତି ସୁଙ୍ଖଳତ ଭାବେ ଶେଷ ହୋଇଛି। ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟଣା ଅରମ୍ଭ ହୋଇଛି। ବଡ ଠାକୁର ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ ରଥ ପ୍ରଥମେ ଟଣାହୋଇଥିଲା ପଛେ ପଛେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥଗଡିଲା ଶେଷରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ଗଡିଛି।
ସୂଚନାଯୋଗ୍ୟ ଯେ, ବାହୁଡ଼ା ଯାତ୍ରା ପରେ ଆସନ୍ତା ୨୧ରେ ସୁନାବେଶ ଓ ୨୨ରେ ଅଧରପଣାନୀତି, ୨୩ରେ ନିଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେବ। ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ସେଥିପାଇଁ ଗତକାଲି ରାତି ୮ଟାରୁ ଆସନ୍ତା ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ନିୟମକୁ କଡ଼ାକଡ଼ି କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ତେବେ କରୋନା କଟକଣା ପାଇଁ ଚଳିତ ବର୍ଷ ବିନା ଭକ୍ତରେ ପାଳିତ ହେଉଛି ମହାପ୍ରଭୁଙ୍କ ଘୋଷଯାତ୍ରା।