ସବୁ ଚମକୁଥିବା ଜିନିଷ ସୁନା ନୁହେଁ, ଏଭଳି କାହିଁକି କହିଲେ କଙ୍ଗନା
![](https://www.odishalink.com/wp-content/uploads/2021/07/kangna-raj-kundra.jpg)
ମୁମ୍ବାଇ: ପର୍ଣ୍ଣୋଗ୍ରାଫିକ୍ ଫିଲ୍ମ ଓ ଭିଡିଓ ପ୍ରସ୍ତୁତ କରି ତାକୁ ବିଭିନ୍ନ ମୋବାଇଲ୍ ଆପ୍ରେ ପ୍ରସାରଣ ଅଭିଯୋଗରେ ଛନ୍ଦି ହୋଇଯାଇଛନ୍ତି ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା । ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ପକ୍ଷରୁ ସୋମବାର ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଥିଲା। ମଙ୍ଗଳବାର ତାଙ୍କୁ ଜୁଲାଇ ୨୩ ତାରିଖ ଯାଏ ନ୍ୟାୟିକ ହାଜତକୁ ପଠାଯାଇଛି । ଏସବୁ ମଧ୍ୟରେ ବଲିଉଡର ପଙ୍ଗା କୁଇନ୍ ଭାବେ ବେଶ୍ ପରିଚିତ କଙ୍ଗନା ରଣଓ୍ବାତ ରଖିଛନ୍ତି ପ୍ରତିକ୍ରିୟା।
ନିଜର ଇନ୍ଷ୍ଟଗ୍ରାମ ଏକାଉଣ୍ଟରେ କଙ୍ଗନା ଲେଖିଛନ୍ତି, ସବୁ ଚମକୁଥିବା ଜିନିଷ ସୁନା ନୁହେଁ । ସେଥିଲାଗି ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏକ ନାଳ ବୋଲି କହିଥାଏ । ବଲିଉଡ୍ର ସବୁ କଳା କାରନାମାକୁ ମୁଁ ମୋର ଅପ୍କମିଂ ପ୍ରଡକ୍ସନ୍ ‘ଟିକୁ ୱେଡ୍ସ ଶେରୁ’ ମାଧ୍ୟମରେ ସାମ୍ନାକୁ ଆଣିବି । ଆମକୁ ଏହି ସୃଜନାତ୍ମକ ଇଣ୍ଡଷ୍ଟ୍ରିରେ ନୈତିକତା ଉପରେ ଆଧାରିତ ମୂଲ୍ୟବୋଧଯୁକ୍ତ ବ୍ୟବସ୍ଥାର ଆବଶ୍ୟକତା ରହିଛି ।
ସୂଚନାଥାଉକି, ପର୍ଣ୍ଣୋଗ୍ରାଫିକ୍ ଫିଲ୍ମ ଓ ଭିଡିଓ ପ୍ରସ୍ତୁତ କରିବା ମାମଲାରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କୁ ଗିରଫ କରାଯାଇଥିଛି। ଚଳିତବର୍ଷ ଫେବ୍ରୃୟାରୀ ମାସରେ ରାଜ କୁନ୍ଦ୍ରା ଓ ଅନ୍ୟ କେତେଜଣଙ୍କ ବିରୋଧରେ ପର୍ଣ୍ଣୋଗ୍ରାଫିକ୍ କଣ୍ଟେଣ୍ଟ ବନାଇବା ନେଇ ଅଭିଯୋଗ ହୋଇଥିଲା । ଏର୍ପ୍ୟନ୍ତ ଏହି ମାମଲାରେ ରାଜ୍ଙ୍କ ସମେତ ମୋଟ ୧୧ ଜଣଙ୍କୁ ଗିରଫ କରାଯାଇଛି ।