ଖୋଲିବ ପ୍ରିୟଙ୍କା ମୃତ୍ୟୁ ଗୁମର: ଡ଼ିସଚାର୍ଜ ପରେ ଅଭିଯୁକ୍ତକୁ ଚାଲିଛି ଜେରା

ଭୁବନେଶ୍ୱର: ଭୁବନେଶ୍ୱର ଭୀମଟାଙ୍ଗି ପ୍ରିୟଙ୍କା ସାହୁ ହତ୍ୟା ମାମଲାର ଖୋଲିବ ଗୁମର। ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଏମ୍ସରୁ ଡିସଚାର୍ଜ ପରେ ଏୟାରଫିଲ୍ଡ ଥାନାରେ ଜଗନ୍ନାଥ ପ୍ରଧାନକୁ ଜେରା କରୁଛି ପୁଲିସ। ଜେରା ଶେଷ ପରେ କୋର୍ଟ ଚାଲାଣ କରିବ ପୁଲିସ। ଏହି ସମୟରେ ଏୟାରଫିଲ୍ଡ ଥାନା ଭିତରେ ଜଗନ୍ନାଥର କୋଭିଡ଼ ଟେଷ୍ଟ କରାଯାଇଛି।
ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଜଗନ୍ନାଥ ସୁସ୍ଥ ଥିବା ଜଣାପଡ଼ିଛି। ଗତ ୫ ତାରିଖରେ ପ୍ରିୟଙ୍କାଙ୍କୁ ଜଗନ୍ନାଥ ନିର୍ମମ ଭାବେ ହତ୍ୟା କରିଥିଲେ। ଏହା ପରେ ସେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଘଟଣା ପରେ ମେଡିକାଲରେ ରହି ଚିକିତ୍ସିତ ହେଉଥିଲେ ଜଗନ୍ନାଥ। ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ପୁଲିସ ଏବେ ବି ତଦନ୍ତ ଜାରି ରଖିଛି।