କରୋନା ଟିକା ନେଲେ ଗର୍ଭବତୀ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଗର୍ଭାବତୀଙ୍କ ଟିକାକରଣ। ଆଜିଠାରୁ ଏହି ଅଭିଯାନକୁ ବ୍ୟାପକ କରାଯାଇଛି। ବିଏମ୍ସିର ସମସ୍ତ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଓ ସରକାରୀ ହସ୍ପିଟାଲରେ ଗର୍ଭବତୀଙ୍କ ଟିକାକରଣ କରାଯାଉଛି।
ଭୁବନେଶ୍ୱରରେ ମୋଟ ୧୦ ହଜାରରୁ ଅଧିକ ଗର୍ଭବତୀଙ୍କୁ ଟିକାକରଣରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ସପ୍ତାହକୁ ଦୁଇଦିନ ଅର୍ଥାତ ବୁଧବାର ଏବଂ ଶନିବାର ଦିନ ୧୧ଟାରୁ ଦିନ ଗୋଟାଏ ମଧ୍ୟରେ ଗର୍ଭବତୀଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା ହୋଇଛି। ଏ ନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।
ଗର୍ଭବତୀମାନେ ନିଜର ପରିଚୟ ପତ୍ର ଦେଖାଇ ଟିକା ନେଇପାରିବେ। ଗର୍ଭବତୀଙ୍କୁ ଟିକାକରଣ ପାଇଁ ଟିକାକରଣ କେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଟିକା ନେବା ପାଇଁ ଗର୍ଭବତୀଙ୍କୁ ଧାଡିରେ ଅପେକ୍ଷା କରିବାକୁ ପଡିବ ନାହିଁ। ଅନ୍ୟପକ୍ଷେ ଗର୍ଭବତୀଙ୍କ ଟୀକାକରଣ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ନର୍ସ, ଏଏନ୍ଏମ୍ ଓ ଅଙ୍ଗନବାଡି କର୍ମୀଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛି।