ସ୍ତ୍ରୀଙ୍କଠୁ ଅସୁରକ୍ଷିତ ମନେ କରି ଥାନାର ଦ୍ୱାରସ୍ଥ ହେଲେ ସ୍ୱାମୀ
ପତ୍ନୀଙ୍କ ପୂର୍ବତନ ବୟଫ୍ରେଣ୍ଡ ଫୋନ କରି ଧମକ

ଭୁବନେଶ୍ବର: ସ୍ତ୍ରୀଙ୍କଠୁ ଅସୁରକ୍ଷିତ ମନେ କରି ଥାନାର ଦ୍ୱାରସ୍ଥ ହେଲେ ସ୍ୱାମୀ। ସ୍ତ୍ରୀଙ୍କ ଚରିତ୍ରକୁ ନେଇ ନିଜକୁ ଅସୁରକ୍ଷିତ ମନେ କରୁଥିବା ଜଣେ ଯୁବକ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସ୍ୱାମୀ ମୋହିତ ଶର୍ମା ଏବେ ସ୍ତ୍ରୀର ଧମକ ଯୋଗୁଁ ଭୟରେ ଥିବା ବେଳେ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି।
ସ୍ୱାମୀ ମୋହିତ ଶର୍ମା କହିବା ମୁତାବକ, ଫେସବୁକ୍ରେ ବନ୍ଧୁତା ପରେ ଯୁବତୀ ଜଣଙ୍କ ତାଙ୍କୁ ବାହା ହେବା ପାଇଁ ବାଧ୍ୟ କରିଥିଲେ। ହେଲେ ବିବାହ ପରଠାରୁ ସ୍ତ୍ରୀଙ୍କ ଉପରେ ମୋହିତଙ୍କ ସନ୍ଦେହ ବଢ଼ିବାକୁ ଲାଗିଥିଲା। ଘଣ୍ଟା ଘଣ୍ଟା ଧରି ସେ ଅନ୍ୟ ପୁରୁଷଙ୍କ ସହ ଫୋନରେ କଥା ହେଉଥିଲେ।
ଏପରିକି ପତ୍ନୀଙ୍କ ପୂର୍ବତନ ବୟଫ୍ରେଣ୍ଡ ତାଙ୍କୁ ଫୋନ କରି ଧମକ ଦେଇଥିଲେ। ସ୍ତ୍ରୀଙ୍କ ଦେହରେ ପୂର୍ବତନ ବୟଫ୍ରେଣ୍ଡଙ୍କ ନାଁର ଟାଟୁ ରହିଥିବା କହିଛନ୍ତି ମୋହିତ। ଏବେ ସେ ପତ୍ନୀଙ୍କ ଠାରୁ ଅଲଗା ହେବାକୁ ଚାହୁଁଥିଲେ ମଧ୍ୟ ସ୍ତ୍ରୀ ତାଙ୍କୁ ଧମକ ଚମକକ ଦେଉଥିବା ଥାନରେ ଅଭିଯୋଗ କରିଛନ୍ତି ମୋହିତ।