ଫୋନ୍ ଟ୍ୟାପ୍ ନେଇ ଶାହଙ୍କ ଇସ୍ତଫା ଦାବି କଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ଫୋନ୍ ଟ୍ୟାପ୍ ହୋଇଛି। ଏଭଳି ଦାବି କରିଛନ୍ତି ଖୋଦ୍ ରାହୁଲ ଗାନ୍ଧୀ। ସେ କହିଛନ୍ତି ଏହା କେବଳ ମୋ ବ୍ୟକ୍ତିଗତ କଥା ନୁହେଁ, ବରଂ ଏହା ଜନତାଙ୍କ ସ୍ୱର ଉପରେ ଆକ୍ରମଣ। ଏଥିପାଇଁ ସେ ଅମିତ ଶାହଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି ଏବଂ ନ୍ୟାୟିକ ତଦନ୍ତ ନେଇ ମଧ୍ୟ ସେ ଦାବି କରିଛନ୍ତି।
ରାହୁଲ କହିଛନ୍ତି ଯେ, ପେଗାସସ୍ ଏକ ଅସ୍ତ୍ର। ଇସ୍ରାଏଲ ସରକାର ଏହାକୁ ଏକ ଅସ୍ତ୍ର ଭାବେ ବିବେଚିତ କରିଛନ୍ତି। ଏହାକୁ ଆତଙ୍କବାଦୀ ଏବଂ ଅପରାଧୀଙ୍କ ବିରୋଧରେ ବ୍ୟବହାର ହୋଇଥାଏ। ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଏହାକୁ ଦେଶର ବିଭିନ୍ନ ଏଜେନ୍ସି ଏବଂ ଲୋକତନ୍ତ୍ର ବିରୋଧରେ ଏହାକୁ ପ୍ରୟୋଗ କରିଥିବା ରାହୁଲ କହିଛନ୍ତି।
କଂଗ୍ରେସ ସାଂସଦ ପେଗାସସ୍ ସ୍ପାଇଓ୍ୱେରର ବ୍ୟବହାର କରି ରାହୁଲଙ୍କ ଗାନ୍ଧୀଙ୍କ ଉପରେ ଗୁଇନ୍ଦାଗିରି ଚଳାଇଥିବା ମାମଲାର ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ନ୍ୟାୟିକ ତଦନ୍ତ ନେଇ ଦାବି କରିଛନ୍ତି। ଲୋକସଭା ଏବଂ ରାଜ୍ୟସଭାର କିଛି ସଦସ୍ୟ ସଂସଦ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଏ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।