Odisha Link
Bridging the Missing Links in Odisha

ପୋର୍ଣ୍ଣୋଗ୍ରାଫି ମାମଲା: ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ଜଣାଶୁଣା ବିଜନେସମ୍ୟାନ୍‌ ରାଜ୍‌କୁନ୍ଦ୍ରାଙ୍କ ପାଇଁ ବଢ଼ୁଛି ଅଡ଼ୁଆ। ରାଜ କୁନ୍ଦ୍ରାଙ୍କ ସହିତ ଜଡିତ ଅଶ୍ଳୀଳ ଭିଡିଓ ମାମଲାରେ ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମିଳିଥିବା ସୂଚନା ମୁତାବକ ରାଜ କୁନ୍ଦ୍ରା ଓ ଲଣ୍ଡନର ଏକ କମ୍ପାନୀ ମଧ୍ୟରେ ଅଶ୍ଳୀଳ ଭିଡିଓ କାରବାରେ ବହୁ ଟଙ୍କା ନେଣ ଦେଣ ହୋଇଛି।

ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଖୁବଶୀଘ୍ର ମାମଲାର ଯାଞ୍ଚ କରୁଥିବା ମୁମ୍ବାଇ ପୋଲିସ ଠାରୁ ଏଫଆଇଆରର କପି ମାଗି ଇଡି ନିଜ ତରଫରୁ ଏକ ମାମଲା ଦାୟର କରିବ। ଏହାସହ ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ବା (ଏଫଇଏମଏ) ଆଧାରରେ ରାଜ କୁନ୍ଦ୍ରାଙ୍କୁ ନୋଟିସ୍ ଜାରି ହେବ।

ମୁମ୍ବାଇ ପୋଲିସ ଏହି ମାମଲା ସହିତ ଜଡିତ ଅନେକ ତଥ୍ୟ ହାସଲ କରିଛି। ଯାଂଚ ବେଳେ ଜଣାପଡିଛି ଯେ, ରାଜ କୁନ୍ଦ୍ରା ପ୍ରସ୍ତୁତ କରିଥିବା ଆପ୍ରେ ୨୦ ଲକ୍ଷରୁ ଅଧିକ ସବସ୍କ୍ରାଇବର ଅଛନ୍ତି। ଅନ୍ୟପଟେ ୧୧୯ ଟି ଅଶ୍ଳୀଳ ଭିଡିଓକୁ କୁନ୍ଦ୍ରା ୧୨ ଲକ୍ଷ ଡଲାରରେ ବିକ୍ରି କରିବାକୁ ଯୋଜନା କରିଥିଲେ।

ଏହାସହ ମୁମ୍ବାଇ ପୋଲିସ କହିଛି କି, ଦକ୍ଷିଣ ଆଫ୍ରିକାର ଏକ ସ୍ପୋର୍ଟସ୍ ବ୍ୟାଟିଂ କମ୍ପାନୀ କୁନ୍ଦ୍ରାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦେଇଛି। ଏଥିରୁ ପୋଲିସ ଅନୁମାନ କରୁଛି କି ଅଶ୍ଳୀଳ ଭିଡିଓରୁ ହେଉଥିବା ରୋଜଗାରକୁ କୁନ୍ଦ୍ରା ବ୍ୟାଟିଂରେ ଲଗାଉଥିଲେ। ପୋଲିସ କୋର୍ଟକୁ ଅନୁରୋଧ କରିଥିଲେ କି କୁନ୍ଦ୍ରା ୟେସ ବ୍ୟାଙ୍କ ଓ ୟୁନାଇଟେଡ ବ୍ୟାଙ୍କ ଅଫ୍ ଆଫ୍ରିକା ମଧ୍ୟରେ କରିଥିବା କାରବାରର ଯାଂଚ ପାଇଁ ଅନୁମତି ଦିଆଯାଉ। ଗତକାଲି ରାଜ କୁନ୍ଦ୍ରାଙ୍କ ରିମାଣ୍ଡ ଅବଧି ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

Leave A Reply

Your email address will not be published.