ଆସନ୍ତାକାଲି ହେବ ହାଇଦରର ପୋଷ୍ଟମର୍ଟମ

କଟକ: ପୋଲିସ ଏନକାଉଣ୍ଟରରେ ଟଳିପଡିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ଚୌଦ୍ୱାର ଜେଲରୁ ବାରିପଦା ଜେଲ୍ ନିଆଯାଉଥିବା ବେଳେ ରାସ୍ତାରେ ଏନକାଉଣ୍ଟର କରାଯାଇଥିଲା। ମଉକା ଦେଖି ଖସିଯିବାକୁ ଚେଷ୍ଟା କରିବା ପରେ ପୁଲିସ୍ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ପରେ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ତାର ମୃତ୍ୟୁ ଘଟିଛି। ତେବେ ଆସନ୍ତାକାଲି ହାଇଦରର ମୃତଦେହର ପୋଷ୍ଟମର୍ଟମ କରାଯିବ।
ବାରିପଦା ଜେଲକୁ ସ୍ଥାନାନ୍ତର ହେଇଥିବା ସମୟରେ ଅଧାବାଟରେ ସେ ପରିସ୍ରା କରିବାକୁ ଜିଦ୍ କରିଥିଲା। ତେବେ ପରିସ୍ରା ପାଇଁ ତଳକୁ ଓହ୍ଲାଇବା ସମୟରେ ସେ ଫେରାର୍ ହେବାକୁ ଚେଷ୍ଟା କରିଥିଲା। ଆଉ ପୁଲିସ ହାଇଦରକୁ ଧରିବାକୁ ଯାଇ ଗୁଳି ମାରିଥିଲା। ଯାହାକି ତା ପେଟରେ ବାଜିଥିଲା। ଫଳରେ ହସ୍ପିଟାଲରେ ମୃତ୍ୟୁ ହୋଇଛି।
ଅନ୍ୟପଟେ ହାଇଦର ପତ୍ନୀ ଏହି ମୃତ୍ୟୁ ଘଟଣାରେ ପୁଲିସକୁ ଦାୟୀ କରିଛି। ପୋଲିସ ଜାଣିଶୁଣି ହାଇଦରକୁ ମାରିଛି ବୋଲି ସେ କହିଛନ୍ତି। ଏହାସହ ତାଙ୍କୁ ତାଙ୍କ ସ୍ୱାମୀଙ୍କ ଡେଡବଡି ଦରକାର ବୋଲି ସେ ଦାବି କରିଛନ୍ତି। ସୂଚନା ମୁତାବକ ଆସନ୍ତାକାଲି ପୋଷ୍ଟମର୍ଟମ ହେବା ପରେ ହାଇଦରର ମୃତଦେହକୁ ପରିବାରକୁ ସ୍ଥାନାନ୍ତର କରାଯିବ।