ବିଶ୍ବ କ୍ୟାଡେଟ୍ କୁସ୍ତିରେ ସ୍ବର୍ଣ୍ଣ ଜିତିଲେ ପ୍ରିୟା

ନୂଆଦିଲ୍ଲୀ: ବିଶ୍ବ କ୍ୟାଡେଟ୍ କୁସ୍ତିରେ ପ୍ରିୟା ମଲିକଙ୍କ କମାଲ। ବିଶ୍ବ କ୍ୟାଡେଟ୍ କୁସ୍ତି ଚମ୍ପିଆନସିପ୍ରେ ସ୍ବର୍ଣ୍ଣ ପଦକ ଜିଣିଲେ ପ୍ରିୟା। ଭାରତକୁ ସ୍ବର୍ଣ୍ଣ ପଦକ ଦେଲେ ପ୍ରିୟା। ୭୩ କେଜି ବର୍ଗରେ ବୁଲଗେରିଆ ପ୍ରତିଯୋଗୀଙ୍କୁ ହରାଇ ସ୍ବର୍ଣ୍ଣ ଜିତିଲେ ପ୍ରିୟା । ଫଳରେ ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ଛୁଟିଛି ଶୁଭେଚ୍ଛା ଓ ଶୁଭକାମନାର ସୁଅ।
ରେଙ୍ଗଲର ପ୍ରିୟା ମଲିକ ହଙ୍ଗେରୀରେ ଅନୁଷ୍ଠିତ ବିଶ୍ୱ ରେସଲିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଛନ୍ତି।ଗତକାଲି ଟୋକିଓ ଅଲିମ୍ପିକ୍ସ ମୀରବାଈ ଚାନୁ ରୌପ୍ୟ ପଦକ ଜିତି ଦୋଶ ପାଇଁ ଗୌରବ ଆଣିଥିଲେ। ଏହାର ଠିକ୍ ଦିନକ ପରେ ଦେଶକୁ ପୁଣିଥରେ ଗର୍ବୀତ କରାଇଛନ୍ତି ଆଉ ଜଣେ ମହିଳା କୁସ୍ତି ଯୋଦ୍ଧା ପ୍ରିୟା।