ସ୍ୱାଧୀନତାର ୭୫ ବର୍ଷରେ ୭୫ ଗାଁକୁ ଯାଇ ୭୫ ଘଣ୍ଟା ବିତାଓ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜି ବିଜେପି ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ନେଇ ସାଂସଦ ମାନଙ୍କୁ ଦାୟିତ୍ବ ଦେଇଛନ୍ତି। ମୋଦି କହିଛନ୍ତି ଯେ, ୨୦୪୭ ମସିହା ବେଳକୁ ୧୦୦ତମ ସ୍ୱାଧୀନତା ଦିବସ ପାଳନ କରିବ ଦେଶ। ସ୍ୱାଧୀନତାର ୭୫ ବର୍ଷ ଅବସରରେ ୭୫ ଗାଁକୁ ଯାଆନ୍ତୁ। ସେଠାରେ ୭୫ ଘଣ୍ଟା ବିତାଇବା ସହ ଜନତାଙ୍କୁ ଦେଶରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇବେ।
୨୦୪୭ ମସିହା ବେଳକୁ ଦେଶ କେଉଁଠି ଥିବ ତାହା ଲୋକମାନେ ବିଚାର କରିବେ। ସବୁ ବିଧାନସଭା କ୍ଷେତ୍ରରେ ୨ ଜଣ କାର୍ଯ୍ୟକର୍ତ୍ତା ଯୋଡି ୭୫ଟି ଗାଁର ଗସ୍ତ କରିବ। ଏହି ସମୟରେ ଏକ ଡାଟା ପ୍ରସ୍ତୁତ କରାଯିବ, ଯେଉଁଥିରୁ ଜଣାପଡିବ ଡିଜିଟାଲ୍ ଲିଟରେସି କେଉଁ ସ୍ଥାନରେ ପହଞ୍ଚିଛି ଓ ଦେଶ କେଉଁ ସ୍ଥାନରେ ପହଞ୍ଚିପାରିବ।
ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱାଧୀନତାର ୭୫ ବର୍ଷ ଅବସରରେ ୭୫ ଗାଁକୁ ଯାଆନ୍ତୁ । ସେଠାରେ ୭୫ ଘଣ୍ଟା ବିତାଇବା ସହ ଜନତାଙ୍କୁ ଦେଶରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇବେ।