ପ୍ରେମିକାକୁ ଜିଅନ୍ତା ଜାଳିଦେଲା ପ୍ରେମିକ
ଗଞ୍ଜାମ: ପ୍ରେମିକାକୁ ଜିଅନ୍ତା ଜାଳିଦେଲା ପ୍ରେମିକ। ଏଭଳି ଏକ ବିଭତ୍ସ ତଥା ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ପୁରୁଷୋତ୍ତମପୁର ଥାନା ପ୍ରତାପପୁର ଗ୍ରାମରେ ଘଟିଛି। ଅର୍ଦ୍ଧଦଗ୍ଧ ଯୁତବୀଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ଡାକ୍ତରଖାନା ନିଆଯାଇଥିଲା। ଶରୀରର ପ୍ରାୟ ୮୦ରୁ ୮୫ % ଭାଗ ଜଳିଯାଇଥିଲା। ଫଳରେ ଯୁବତୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଉଥିଲା। ବ୍ରହ୍ମପୁର ଡାକ୍ତରଖାନାରେ ଯିବା ବାଟରେ ଯୁବତୀଙ୍କ ମୃତ୍ୟୁ ହୋଇଛି।
ମୃତ ଯୁବତୀ ଜଣଙ୍କ କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅଧୀନ କଳମ୍ବ ଗ୍ରାମର ଶୁଭସ୍ମିତା ଖାଡ଼ଙ୍ଗା (୨୫) ଜଣାପଡିଛି। ତେବେ ପ୍ରେମରେ ବିବାଦ ଯୋଗୁଁ ନୃଶଂସ ପ୍ରେମିକ ଏଭଳି ବର୍ବରକାଣ୍ଡ କରିଥିବା ଜଣାପଡିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ମୁତାବିକ, ଗତକାଲି ୬ଟା ସମୟରେ ପ୍ରତାପପୁର ଏକ ପରିତ୍ୟକ୍ତ କାରଖାନା ନିକଟ ଯୁବତୀ ଜଣଙ୍କୁ ଜଳୁଥିବା ସ୍ଥାନୀୟ ଲୋକ ପୁଲିସ ଓ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ଟିମ୍ ପହଞ୍ଚି ଅର୍ଦ୍ଧଦଗ୍ଧ ଯୁତବୀଙ୍କୁ ଉଦ୍ଧାର ଉଦ୍ଧାର କରି ପ୍ରଥମେ ପୁରୁଷୋତ୍ତମପୁର ଡାକ୍ତରଖାନା ନେଇଥିଲ। ଗୁରୁତର ଯୁବତୀଙ୍କ ଠାରୁ ପୁରୁଷୋତ୍ତମପୁର ଡାକ୍ତରଖାନାରେ ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ, ତହସିଲଦାର ନିତିଶ ତ୍ରିପାଠୀ ଯୁବତୀଙ୍କ ବୟାନ ରେକର୍ଡ କରିଛନ୍ତି।
ଜଣେ ଯୁବକ ତାଙ୍କୁ ଜାଳି ଦେଇଥିବା ସହ ସେ ଯୁବକଙ୍କ ଘର ପ୍ରତାପୁର ଓ ଯୁବକଙ୍କ ମୋବାଇଲ୍ ନମ୍ବର ଦେଇଥିଲେ ଯୁବତୀ। ମୋବାଇଲ୍ ନମ୍ବରକୁ ଟ୍ରାକ୍ କରି ପୁଲିସ ଚମ୍ପଟ ମାରିଥିବା ଅଭିଯୁକ୍ତ ଯୁବକ କୃଷ୍ଣ ସାହୁଙ୍କୁ କେଶପୁରରୁ କାବୁ କରିଛି। ଏଥିସହ ଯୁବକ ଜଣଙ୍କ ବ୍ୟବହାର କରିଥିବା ବାଇକ୍ ଜବତ କରାଯାଇଛି। ଅଭିଯୁକ୍ତ ଯୁବକକୁ ପୁଲିସ ଅଟକ ରଖି ପଚାରା ଉଚାରା କରୁଛି।