ଟୋକିଓ ଅଲିମ୍ପିକ୍ସ: ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଲେ ପିଭି ସିନ୍ଧୁ
ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ ଦମଦାର ପ୍ରଦର୍ଶନ। ଏକ ସହଜ ବିଜୟ ସହିତ ପିଭି ସିନ୍ଧୁ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛନ୍ତି। ସିନ୍ଧୁ ହଂକଂ ଚିୟୁଙ୍ଗ ନଗନ ୟିଙ୍କୁ ୨୧-୯, ୨୧-୧୬ ସେଟରେ ପରାସ୍ତ କରିଛନ୍ତି କରିଛନ୍ତି। ଚଳିତ ଅଲିମ୍ପିକରେ ସିନ୍ଧୁଙ୍କର ଏହା ହେଉଛି ଦ୍ୱିତୀୟ ବିଜୟ। ଫଳରେ ସିନ୍ଧୁଙ୍କଠାରୁ ପଦକ ଆଶା କରିଛି ଭାରତ।
ଏହି ବିଜୟ ସହ ସିନ୍ଧୁ ଅନ୍ତିମ ୧୬ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ତେବେ ସିନ୍ଧୁ ପରବର୍ତ୍ତୀ ମ୍ୟାଚରେ ଡେନମାର୍କର ମିଆ ବ୍ଲିଞ୍ଚଫେଲ୍ଡଟଙ୍କୁ ଭେଟିବାର ସମ୍ଭାବନା ରହିଛି। ପୂର୍ବରୁ ସିନ୍ଧୁ ଗ୍ରୁପ-ଜେରେ ନିଜର ପ୍ରଥମ ମ୍ୟାଚରେ ସେ ଇସ୍ରାଏଲର ସେନିୟା ପୋଲିକାରପୋବାଙ୍କୁ ସହଜରେ ୨୧-୭, ୨୧-୧୦ ସେଟରେ ପରାସ୍ତ କରିଥିଲେ। ଉକ୍ତ ମ୍ୟାଚରେ ୨୯ ମିନିଟର ମହିଳା ସିଙ୍ଗଲ୍ସ ମୁକାବିଲାକୁ ସିନ୍ଧୁ ନିଜ ନାମରେ କରିପାରିଥିଲେ।