ଭୁବନେଶ୍ୱର ପରେ ଏବେ କଟକରେ ଡେଙ୍ଗୁ ଆତଙ୍କ
ଭୁବନେଶ୍ୱର: କରୋନା କାଳରେ କାୟା ମେଲାଉଛି ଡେଙ୍ଗୁ ଆତଙ୍କ। ରାଜଧାନୀ ଭୁବନେଶ୍ୱର ପରେ ଏବେ କଟକରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମର ବିଭିନ୍ନ ସ୍ଥାନରୁ ୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏନେଇ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି।
ତେବେ ୮ ଡେଙ୍ଗୁ ରୋଗୀ ଚିହ୍ନଟ ପରେ ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ଚିହ୍ନଟ କିଛି ଡେଙ୍ଗୁ ରୋଗୀଙ୍କର ଭୁବନେଶ୍ୱର ଲିଙ୍କ ଥିବା ଜଣାପଡିଛି। ଏଥିସହ ଡେଙ୍ଗୁ ରୋଗୀଙ୍କ ପାଇଁ ଏସସିବିରେ ସ୍ୱତନ୍ତ୍ର ୱାର୍ଡ କରାଯାଇଛି ବୋଲି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।