ଭାରତୀୟ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଉଦ୍ଧାର କାର୍ଯ୍ୟ ଜାରି
ଜାମ୍ମୁ: ଜାମ୍ମୁ କାଶ୍ମୀରର କଠୁଆରେ ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ଏହି ହେଲିକପ୍ଟର ଦୁର୍ଘଟଣା କଠୁଆର ରଣଜିତ ସାଗର ଡ୍ୟାମ ନିଟକରେ ଘଟିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ଏବେ ସବୁ ପରିସ୍ଥିତିର ଯାଞ୍ଚ ଚାଲିଛି। ଦିନ ପ୍ରାୟ ୧୦ଟା ୨୦ରେ ବାୟୁସେନାର ହେଲିକାପ୍ଟର-୨୫୪ ଆର୍ମି ସ୍କ୍ୱାର୍ଡନ ମାମୁନ କ୍ୟାଣ୍ଟରୁ ଉଡାଣ ଭରିଥିଲା। ଡ୍ୟାମ ଆଖପାଖ ଅଞ୍ଚଳରେ କମ୍ ଉଚ୍ଚତାରେ ହେଲିକାପ୍ଟରଟି ଚକ୍କର ମାରୁଥିବା ବେଳେ ହଠାତ୍ ଏହା କ୍ରାସ୍ ହୋଇଯାଇଥିଲା।
ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ନଡିଆରଏଫ ଟିମ। କଠୁଆ ଜିଲ୍ଲା ଏସଏସପି ଆରସି କୋଟୱାଲଙ୍କ ଅନୁଯାୟୀ, ଡାଇଭରମାନେ ବର୍ତ୍ତମାନ ହ୍ରଦରେ ପଶି ଉଦ୍ଧାର କରୁଛନ୍ତି। ହେଲିକପ୍ଟରରେ କେତେ ଲୋକ ଥିଲେ, କେତେ କ୍ଷୟକ୍ଷତି ହୋଇଛି ଏନେଇ କୌଣସି ସୂଚନା ମିଳିପାରିନି।