କଟକଣା ଭିତରେ ଖୋଲିଲା ସମଲେଶ୍ୱରୀ ମନ୍ଦିର
ସମ୍ବଲପୁର: କରୋନା କଟକଣା ଭିତରେ ଖୋଲିଲା ସମ୍ବଲପୁରର ଅଧିଷ୍ଟାତି ମା ସମଲେଇଙ୍କ ମନ୍ଦିର। ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ଆଜି ଖୋଲିଛି ମନ୍ଦିର। ସକାଳ ୬ରୁ ଦିନ ସାଢ଼େ ୧୧ ପର୍ଯ୍ୟନ୍ତ ଓ ଅପରାହ୍ଣ ୩ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ରହିଛି। ହେଲେ ପ୍ରତି ସପ୍ତାହର ସୋମବାର ଦିନ ସାନିଟାଇଜ ପାଇଁ ବନ୍ଦ ରହିବ ମନ୍ଦିର।
ମନ୍ଦିର ମୁଖ୍ୟ ଗମ୍ଭୀର ଭିତରୁ ପ୍ରବେଷ ନିଷେଧ ଥିବା ବେଳେ ଭିତରକୁ କେହି ପ୍ରସାଦ, ଫୁଲ, ଦୀପ, ଧୁପ ନେଇପାରିବେ ନାହିଁ। ଜିଲ୍ଲାର ଅନ୍ୟ ଧର୍ମାନୁଷ୍ଠାନ ମଧ୍ୟ କୋଭିଡ ଗାଇଡ଼ଲାଇନ ଭିତରେ କୋଲିବା ପାଇଁ ନିଷ୍ପତ୍ତି ହୋଇଛି। କରୋନା ମହମାରୀକୁ ଦୃଷ୍ଟିରେ ରଖି ଧାର୍ମିକ ଅନୁଷ୍ଠାନକୁ ବନ୍ଦ ରଖିବା ପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ହେଲେ ରାଜ୍ୟରେ ସଂକ୍ରମଣ କମୁଥିବା ଥିବାରୁ କଟକଣା କୋହଳ କରାଯାଇଛି।