ରାସ୍ତା କଡ଼ରୁ ଯବାନଙ୍କ ମୃତଦେହ ଉଦ୍ଧାର

ଯାଜପୁର: ରାସ୍ତା କଡ଼ରୁ ମିଳିଲା ଯବାନଙ୍କ ମୃତଦେହ ଉଦ୍ଧାର। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ରାୟଧରାପୁର-ବନ୍ଧଢ଼ିହ ରାସ୍ତା ପାର୍ଶ୍ୱରୁ ଯବାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଯବାନଙ୍କ ନାଁ ଜିତେନ୍ଦ୍ର ଜେନାସାମନ୍ତ ହୋଇଥିବା ବେଳେ ତାଙ୍କ ଘର ଜନକ ଗାଁରେ।
ସୂଚନା ମୁତାବକ, ଭାରତୀୟ ସେନାରେ କାର୍ଯ୍ୟ କରୁଥିବା ଜିତେନ୍ଦ୍ର ତିନି ଦିନ ତଳେ ହାଇଦ୍ରାବାଦରୁ ଗାଁକୁ ଆସିଥିଲେ। ଗତକାଲି ସନ୍ଧ୍ୟାରୁ ସେ ଘରୁ ବାହାରି ଯାଇ ଆଉ ଫେରି ନଥିଲେ। ଘର ଲୋକେ ରାତିରେ ବହୁତ ଖୋଜାଖୋଜି କରିଥିଲେ ବି ତାଙ୍କୁ ପାଇ ନଥିଲେ। ଆଜି ସକାଳେ ତାଙ୍କ ମୃତଦେହ ରାସ୍ତାକଡ଼ରେ ପଡ଼ିଥିବା ଦେଖିବାକୁ ମିଳିଥିଲା।
ଜିତେନ୍ଦ୍ରଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ତାଙ୍କ ବାପା ଜିତେନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଏନେଇ ସେ ଥାନାରେ ଏତଲା ଦେଇଛନ୍ତି। ସେ ଏତଲାରେ ଦର୍ଶାଇଛନ୍ତି ଯେ, ଗତକାଲି ସନ୍ଧ୍ୟାରେ ଜିତେନ୍ଦ୍ର ବାଇକ୍ ନେଇ ଘରୁ ବାହାରି ଯାଇଥିଲେ। ତେବେ ନ ଫେରିବାରୁ ସେ ଫୋନ୍ କରିଥିଲେ। ଜିତେନ୍ଦ୍ର ବ୍ରହ୍ମବରଦାରେ ଥିବା କହିଥିଲେ ଓ ଖୁବ୍ଶୀଘ୍ର ଫେରିଆସିବେ ବୋଲି କହିଥିଲେ।