ଟୋକିଓ ଅଲମ୍ପିକ୍ସ: ଆଜି ଆର୍ଜେଣ୍ଟିନାକୁ ଭେଟିବ ଭାରତୀୟ ମହିଳା ହକି ଟିମ୍

ଟୋକିଓ : ଆଜି ଭାରତୀୟ ମହିଳା ହକି ଦଳ ସେମିଫାଇନାଲରେ ଆର୍ଜେଣ୍ଟିନାକୁ ଭେଟିବ। ଅଲମ୍ପିକ୍ସରେ ଇତିହାସ ରଚିଥିବା ମହିଳା ହକି ଦଳ ସ୍ୱର୍ଣ୍ଣ ପଦକ ପାଇଁ ଆଜି ପଡିଆକୁ ଓହ୍ଲାଇବ। ଅପରାହ୍ନ ୩ଟା ୩୦ ମିନିଟରେ ସେମିଫାଇନାଲ ମ୍ୟାଚ ଖେଳାଯିବ। ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ନେଇ ଫାଇନାଲକୁ ଯିବ ବୋଲି ଭାରତୀୟ ମହିଳା ହକି ଦଳ ଆଶା ରଖିଛନ୍ତି।
ଅଲିମ୍ପିକ୍ସରେ ଦମ୍ଦାର ପ୍ରଦର୍ଶନ କରିଥିବା ବନ୍ଦନା କଟରିଆଙ୍କ ସହ କ୍ୟାପଟେନ୍ ରାଣୀ ରାମପଲ, ଅଷ୍ଟ୍ରେଲିଆ ବିପକ୍ଷରେ ଗୋଲ୍ କରିଥିବା ଡ୍ରାଗ୍ ଫ୍ଲିକର ଗୁରଜିତ୍ କୌରଙ୍କ ସହ ଓଡ଼ିଆ ଯୁବତୀ ଦୀପଗ୍ରେସ୍ ଏକ୍କା ଆର୍ଜେଣ୍ଟିନାକୁ ରୋକିବେ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ୨ ହଜାର ଓ ୨୦୧୬ରେ ଫାଇନାଲ ଖେଳିଥିଲେ ବି ଗୋଲ୍ଡ ଜିତିବାରେ ବିଫଳ ହୋଇଥିବା ଆର୍ଜେଣ୍ଟିନା ଉପରେ ଅଧିକ ଚାପ ରହିବ।
ସେହିପରି ଅଲମ୍ପିକ୍ସ ବକ୍ସିଂ ରିଙ୍ଗକୁ ଓହ୍ଲାଇବେ ଭାରତୀୟ ମହିଳା ବକ୍ସର ଲଭଲିନା। ସେ ସେମିଫାଇନାଲ ମୁକାବିଲାରେ ତୁର୍କିର ବୁସେନାଜଙ୍କୁ ଭେଟିବେ। ଏହି ଇଭେଂଟ ଦିନ ୧୧ଟାରେ ଖେଳାଯିବ। କୁସ୍ତିରେ ପୁରୁଷ ବର୍ଗର ୫୭ କେଜି ଫ୍ରିଷ୍ଟାଇଲରେ ଆଜି ରବି କୁମାର କଲୋମ୍ବିଆର ଆସ୍କର ଟେଗରୋରସଙ୍କୁ ଭେଟିବେ। ସେହିପରି ଭାରତୀୟ କୁସ୍ତି ଯୋଦ୍ଧା ଅଂଶ ମଲ୍ଲିକ ଓ ଦୀପକ ପୁନିଆ ମଧ୍ୟ ମୁକାବିଲାକୁ ଓହ୍ଲାଇବେ