ସରିଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ରୁ ମୂଲ୍ୟାୟନ
ଭୁବନେଶ୍ବର: ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା। ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ମୂଲ୍ୟାୟନ। ୯ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖାହେବ ଆରମ୍ଭ। ତିନି ଦିନ ଧରି ମୂଲ୍ୟାୟନ ଚାଲିବ ବୋଲି ସୂଚନା ମିଳିଛି।
ଗତ ୩୦ ତାରିଖରୁ ଆରମ୍ଭ ହୋଇଥିଲା ମାଟ୍ରିକ୍ ଅଫ୍ ଲାଇନ୍ ପରୀକ୍ଷା। ଯେଉଁ ପରୀକ୍ଷାର୍ଥୀମାନେ ନିଜ ନିଜ ରେଜଲ୍ଟରେ ଅସନ୍ତୁଷ୍ଟ ଥିଲେ, ସେହି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିଲେ। ରେଗୁଲାରରେ ମୋଟ୍ ୬ ହଜାର ୫ ଶହ ୯୭ ଜଣ ଛାତ୍ରଛାତ୍ରୀ ଫର୍ମ ଫିଲଅପ୍ କରିଥିବା ବେଳେ, ଓପନ ସ୍କୁଲ ଜରିଆରେ ୮ ହଜାର ୪ ଶହ ୯୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।