ମହିଳା ହକି ଟିମ୍ର ଲଢ଼ୁଆ ପ୍ରଦର୍ଶନ: ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହିବା ପରେ ଟ୍ୱିଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ ମହିଳା ହକି ଟିମ୍ ଅଳ୍ପକେ ପଦକରୁ ବଞ୍ଚିତ ହୋଇଛି। କିନ୍ତୁ ସେମାନେ ଯେଉଁଭଳି ଲଢ଼ୁଆ ଖେଳ ପ୍ରଦର୍ଶନ କରିଛନ୍ତି ସାରା ଦେଶ ସେମାନଙ୍କ ପାଇଁ ଗର୍ବିିତ। ଭାରତୀୟ ମହିଳା ହକି ଟିମର ପ୍ରଦର୍ଶନ ସବୁ ଦିନ ମନେ ରହିବ। ଟିମ୍ ଇଣ୍ଡିଆର ପ୍ରତ୍ୟକ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ପ୍ରଦର୍ଶନ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ।
We narrowly missed a medal in Women’s Hockey but this team reflects the spirit of New India- where we give our best and scale new frontiers. More importantly, their success at #Tokyo2020 will motivate young daughters of India to take up Hockey and excel in it. Proud of this team.
— Narendra Modi (@narendramodi) August 6, 2021
ସେହିଭଳି ମହିଳା ହକି ଟିମର ଲଢୁଆ ପ୍ରଦର୍ଶନ ପାଇଁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତୀୟ ମହିଳା ହକି ଟିମ୍ ଗ୍ରେଟ ବ୍ରିଟେନ୍ ବିପକ୍ଷରେ ଲଢୁଆ ପ୍ରଦର୍ଶନ କରିଛନ୍ତି । ଆଗକୁ ଆହୁରି ଆତ୍ମବିଶ୍ୱାସର ସହ ଲଢେଇ ଜାରି ରଖିବାକୁ ପ୍ରେରଣା ଯୋଗାଇଛନ୍ତି ନବୀନ। ଏଥି ସହ ମହିଳା ହକି ଟିମର ସଫଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Congratulate Indian Women's Hockey Team for putting up a brave fight against Great Britain at #Tokyo2020. Keep your fighting spirit up and keep inspiring. Wish you all the very best for future. #Cheer4India#womenhockeyindia
— Naveen Patnaik (@Naveen_Odisha) August 6, 2021