ଶନି, ରବି ନନ୍ଦନକାନନ ବନ୍ଦ
![](https://www.odishalink.com/wp-content/uploads/2019/10/nandankanan.png)
ଭୁବନେଶ୍ବର: ଅଗଷ୍ଟ ମାସର କୋଭିଡ ଗାଇଡଲାଇନ୍ ପରେ କୋହଳ ହୋଇଛି କିଛି କଟକଣା। ହେଲେ ଏସବୁ ମଧ୍ୟରେ ବଡ଼ ନିଷ୍ପତ୍ତି ନେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ପ୍ରତି ଶନିବାର ଓ ରବିବାର ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ବନ୍ଦ ରହିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ସୋମବାରରୁ ଶୁକ୍ରବାର ଖୋଲା ରହିବ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ। ସକାଳ ସାଢ଼େ ୭ଟା ୩୦ରୁ ଅପରାହ୍ନ ସାଢ଼େ ୫ଟା ପର୍ଯ୍ୟନ୍ତ ପର୍ଯ୍ୟଟକ ମାନେ ନନ୍ଦନକାନନ ବୁଲିବପାରିବେ। କରୋନା କଟକଣା ପାଇଁ ଶନିବାର ଓ ରବିବାର ନନ୍ଦନକାନନ ଓ ଗାର୍ଡେନ ବନ୍ଦ ରହିବ ବୋଲି ସୂଚନା ରହିଛି।