ବଦଳିଲା ‘ରାଜୀବ ଗାନ୍ଧୀ ଖେଳରତ୍ନ’ ପୁରସ୍କାର ନାଁ

ନୂଆଦିଲ୍ଲୀ: ବଦଳିଲା ଖେଳରତ୍ନ ପୁରସ୍କାରର ନାଁ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି ରାଜୀବ ଗାନ୍ଧୀ ଖେଳରତ୍ନ ବଦଳରେ ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାରଭାବେ ପରିବର୍ତ୍ତନ କରାଯାଇଛି। ଏନେଇ ମୋଦୀ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଧ୍ୟାନଚାନ୍ଦଙ୍କ ନାମରେ ଖେଳରତ୍ନ ପୁରସ୍କାର ନାମିତ କରିବା ପାଇଁ ସାରା ଦେଶରୁ ପ୍ରସ୍ତାବ ଆସୁଥିଲା। ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ରାଜୀବ ଗାନ୍ଧୀ ଖେଳରତ୍ନକୁ ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଭାବେ ପରିବର୍ତ୍ତନ କରାଯାଇଛି।