ମହାପ୍ରଭୁଙ୍କ ଦର୍ଶନ ନେଇ ଏସଓପି ଜାରି

ପୁରୀ: କରୋନା ସଂକ୍ରମଣ ହାର ଧିରେ ଧିରେ ହ୍ରାସ ପାଉଛି। ଏହାରି ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ନୂଆ ଏସଓପି ଜାରି ହୋଇଛି। କେବଳ ପୁରୀ ସହରବାସୀଙ୍କ ପାଇଁ ନୂଆ ଏସଓପି ଜାରି ହୋଇଛି। ଏସଓପି ମୁତାବକ, ପୁରୀ ପୌରାଞ୍ଚଳର ୩୨ଟି ୱାର୍ଡରେ ଟୋକନ୍ ବଣ୍ଟନ ହେବ। ଟୋକନ୍ ଆଧାରକାର୍ଡ ଦେଖାଇ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ।
ପୂର୍ବଭଳି କିଓସ୍କି ମାଧ୍ୟମରେ ଭକ୍ତମାନେ ଟୋକନ ଓ ଆଧାରକାର୍ଡ ଦେଖାଇବେ। କିନ୍ତୁ ଦର୍ଶନ ବେଳେ ଟିକା ସାର୍ଟିଫିକେଟ ବାଧ୍ୟତାମୂଳକ ନୁହେଁ ବୋଲି କୁହାଯାଇଛି। ବିନା ଟିକା ପ୍ରମାଣପତ୍ରରେ ଶ୍ରୀମନ୍ଦିରରେ ଦର୍ଶନ କରିପାରିବେ ଭକ୍ତ।
ଏହା ବ୍ୟତୀତ ଶ୍ରୀମନ୍ଦିର ପରିସରରେ ଧୂପ, ଦୀପ ଜଳାଇବା ବାରଣ କରାଯାଇଛି। ଶ୍ରଦ୍ଧାଳୁ ଆନନ୍ଦବଜାରରେ ବସି ପ୍ରସାଦ ସେବନ କରିବାକୁ ମଧ୍ୟ ମନା ହୋଇଛି।