ଟୋକିଓ ଅଲିମ୍ପିକ୍ସ: ଜାଭେଲିନ ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଜାଭେଲିନ୍ର ଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ପୂରା ହୋଇପାରେ ସ୍ୱର୍ଣ୍ଣ ପଦକ ଆଶା। ସ୍ୱର୍ଣ୍ଣ ପଦକ ପାଇଁ ଉଭୟ ଦଳ ମଧ୍ୟରେ ହେବ କଡା ମୁକାବିଲା। ଜାଭେଲିନ ଫାଇନାଲରେ ଭାରତର ନୀରଜ ଚୋପଡା ଓ ପାକିସ୍ତାନର ଅରଶଦ ନଦୀମଙ୍କ ମଧ୍ୟରେ ହେବ ଲଢେଇ।
ଭାରତର ଷ୍ଟାର ଖେଳାଳି ନୀରଜ ଚୋପ୍ରା ୮୬.୬୫ ମିଟର ଥ୍ରୋରେ ଶୀର୍ଷରେ ଥିବା ବେଳେ ଅରଶଦ ୮୫.୧୬ ମିଟର ସହ ତୃତୀୟ ସ୍ଥାନରେ ରହିଛନ୍ତି। ନୀରଜ ଗ୍ରୁପ୍ ଏରେ ଏବଂ ଅରଶଦ ଗ୍ରୁପ୍ ବିରେ ଥିଲେ। ସେପଟେ ରେସଲିଂରେ ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ ଆଜି ବ୍ରୋଞ୍ଜ ପଦକ ପାଇଁ ଲଢେଇ କରିବେ।
ତେବେ ଚଳିତ ଅଲିମ୍ପିକ୍ସରେ ମୋଟ ୫ଟି ପଦକ ପାଇଛି ଭାରତ। ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଚ ପଦକ ସହ ୬୬ତମ ସ୍ଥାନରେ ରହିଛି ଭାରତ। ତେବେ ଏଯାବତ୍ କୌଣସି ସ୍ୱର୍ଣ୍ଣ ପଦକ ଭାରତ ହାସଲ କରିନଥିବା ବେଳେ ଆଜିର ଜାଭେଲିନ୍ ଥ୍ରୋରୁ ସ୍ୱର୍ଣ୍ଣ ପଦକ ନେଇ ଆଶା ରଖିଛି ଭାରତ।