ଜୁଆ ଆଡ୍ଡାରେ ଚଢାଉ, ୭ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ

ଜୟପୁର: ଜୟପୁର ବୋରିଗୁମ୍ମା ନୀଳଗିରି ଜଙ୍ଗଲ ଜୁଆ ଆଡ୍ଡା ଉପରେ ଚଢାଉ। ଚଢଉ କରି ୭ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିଛି ପୋଲିସ। ୨୦ ଜଣ ଯୁଆଡ଼ି ଗିରଫ ହୋଇଥିବା ବେଳେ ଆଉ କିଛି ଖସିଯାଇଛନ୍ତି। ସେମାନଙ୍କ ଠାରୁ ୭,୮୩,୪୪୦ ଟଙ୍କା ଏବଂ କିଛି ତାଶ ପକେଟ ଜବତ କରାଯାଇଛି।
ସେମାନେ ନବରଙ୍ଗପୁର, ଜୟପୁର, ଛତିଶଗଡ଼, କଳାହାଣ୍ଡି ଏବଂ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି। ବୋରିଗୁମ୍ମା ଥାନା କେଶ ନଂ ୧୧୫ରେ ମାମଲା ରୁଜ୍ଜୁ କରିଛନ୍ତି। ବୋରିଗୁମ୍ମା ଏସଡ଼ିପିଓ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି ।