ଜନଜାତି ସଂସ୍କୃତିର ସୁରକ୍ଷା ଆମ ପ୍ରାଥମିକତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱ ଜନଜାତି ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଲେଖିଛନ୍ତି, ୬୨ ପ୍ରକାର ଭିନ୍ନ ଜନଜାତି ଲୋକ ଓଡ଼ିଶାରେ ବସବାସ କରୁଛନ୍ତି। ଆଦିବାସୀଙ୍କ ପୁରାତନ ସଂସ୍କୃତିର ସୁରକ୍ଷାକୁ ସବୁବେଳେ ଆମେ ପ୍ରାଥମିକତା ଦେଇ ଆସୁଛୁ। ବିଶ୍ୱ ଜନଜାତି ଦିବସରେ, ଆମେ ଆଦିବାସୀଙ୍କ ଅନନ୍ୟ ସଂସ୍କୃତି, ଭାଷା, ପରମ୍ପରା ଆମ ସାଂସ୍କୃତିକ ବିବିଧତାକୁ ନେଇ ଉତ୍ସବ ମନାଉଛୁ।’
#Odisha is home to 62 distinct tribes and welfare of these people, preservation of their indigenous culture have always been our priority. On #IndigenousPeoplesDay, we celebrate their unique culture, language, traditions and their contribution to our rich cultural diversity. pic.twitter.com/t5eJuLRAeT
— Naveen Patnaik (@Naveen_Odisha) August 9, 2021
ବିଶ୍ୱ ଜନଜାତି ଦିବସ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ କରାଯାଇଛି। କୋଭିଡ୍ ନିୟମ ଅନୁସାରେ ଦଳୀୟ ମୁଖ୍ୟ କାର୍ଯ୍ୟାଳୟ ଠାରେ ଜନଜାତି ଦିବସ ପାଳନ କରାଯାଉଛି।
କେହି ରହିବେ ନାହିଁ ପଛରେ, ଏହାକୁ ମୂଳ ମନ୍ତ୍ର କରି ବିଭିନ୍ନ ସ୍ଥାନରେ ବିଶ୍ୱ ଜନଜାତି ଦିବସ ପାଳନ କରାଯାଏ। ୨୧ ବର୍ଷ ଶାସନ କାଳରେ ନବୀନ ସରକାର ଆଦିବାସୀ ଓ ପଛୁଆ ବର୍ଗଙ୍କ ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି। ଯାହା ତାଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବାରେ ବେଶ ସହାୟକ ହୋଇଛି।