ଅଶ୍ଵିନୀଙ୍କୁ ଭେଟିଲେ ପ୍ରତାପ, ରଖିଲେ ଏହି ୨ ଦାବି

ନୀଳଗିରି: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଆଜି ସାକ୍ଷାତ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ। ବାଲେଶ୍ବରବାସୀଙ୍କ ୨ଟି ଦାବି ବିଷୟରେ ଅଶ୍ବିନୀଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି।
ପ୍ରଥମତଃ ବାଲେଶ୍ଵର ଏକ ଗୁରୁତ୍ବପୂର୍ଣ୍ଣ ରେଳ ଷ୍ଟେସନ୍। ଏହାକୁ ଦକ୍ଷିଣ ପୂର୍ବାଞ୍ଚଳ ଅନ୍ତର୍ଗତ ଖଡ଼ଗପୁର ଡିଭିଜନରେ ରଖିବା ହେତୁ ବହୁସମସ୍ୟା ହେଉଛି। ଏହାକୁ ଦକ୍ଷିଣ ପୂର୍ବ ରେଳବାଇରୁ ବାହାର କରି ରୂପ୍ସା-ବାଙ୍ଗିରିପୋଷି ସେକ୍ସନକୁ ମିଶାଇ ବାଲେଶ୍ଵରକୁ ପୂର୍ବତଟ ରେଳବାଇ ଅଧୀନରେ ଏକ ସ୍ଵତନ୍ତ୍ର ଡିଭିଜନର ମାନ୍ୟତା ଦିଆଯାଉ ବୋଲି ପତ୍ରରେ ଉଲ୍ଲେଖ ରହିଛି।
ସେହିପରି ଦୀର୍ଘଦିନ ଧରି ନୀଳଗିରି ଡାହାଣିମରା ନିକଟ -ଗୋପିନାଥପୁର ମାଲବୁହା ରେଳ ଷ୍ଟେସନ୍କୁ ଏକ ପାସେଞ୍ଜର୍ ରେଳ ଷ୍ଟେସନରେ ପରିଣତ କଲେ ଅନେକ ଗରିବ,ଆଦିବାସୀ ଲୋକ ଉପକୃତ ହେବେ। ଏଥି ସହ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା, ଉଦଳା ବାସୀ ମଧ୍ୟ ଉପକୃତ ହେବେ। ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଉଲ୍ଲେଖ ରହିଛି।
ପୁର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଏହି ଦୁଇ ଦାବି ପୂରଣ ପାଇଁ ପତ୍ର ପ୍ରଦାନ କରିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରେଳମନ୍ତ୍ରୀ ଚେଷ୍ଟା କରିବାର ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି। ନୀଳଗିରିସ୍ଥିତ ଗୋପୀନାଥପୁର ଠାରେ ରେଳଷ୍ଟେସନ ହେବା ନେଇ ସୂଚନା ରହିଛି।