ରାଜ୍ୟରେ ପୂରଣ ହେବ ୧୧,୪୫୦ ଶିକ୍ଷକ ପଦବୀ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ପୂରଣ ହେବ ୧୧,୪୫୦ ଶିକ୍ଷକ ପଦବୀ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ୧୧, ୪୫୦ ଶିକ୍ଷକ ପଦବୀ ପୂରଣ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ ସମୀର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।
ପ୍ରଥମ ପର୍ଯ୍ୟାୟରେ ୪୬୧୯ଗୋଟି ଶିକ୍ଷକ ପଦବୀ ପୂରଣ କରାଯିବ। ୨୦୫୫ ହୀନ୍ଦି, ୧୩୦୪ ସଂସ୍କୃତ ଏବଂ ୧୨୬୦ପିଇଟି ପଦବୀ ପୂରଣ ହେବା ପାଇଁ ଅଗଷ୍ଟ ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ।
ସେହିଭଳି ଦ୍ବିତୀୟ ପର୍ଯ୍ୟାୟରେ ୬୦୬୫ଗୋଟି ଟିଜିଟି ଏବଂ ତେଲଗୁ ଏବଂ ତୃତୀୟ ପର୍ଯ୍ୟାୟରେ ୯୪୦ଗୋଟି ନୂତନ ସୃଷ୍ଟି ହୋଇଥିବା ଟିଜିଟି, କ୍ଲାସିକାଲ ଏବଂ ହୀନ୍ଦି ଶିକ୍ଷକ ନିଯୁକ୍ତି ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।