ରାଜଧାନୀରେ ଯୁବତୀଙ୍କୁ ଏସିଡ଼ ମାଡ଼

ଭୁବନେଶ୍ୱର: ରାଜଧାନୀରେ ଯୁବତୀଙ୍କ ଉପରକୁ ଏସିଡ଼ ମାଡ଼। ଭୁବନେଶ୍ୱର ଧଉଳି ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଯୁବତୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କ୍ୟାପିଟାଲ ହସ୍ପିଟାଲରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଥିଲା।
ଧଉଳି ବାଲିଆପଡ଼ାରେ ଜଣେ ଯୁବକ ଏପରି ଏସିଡ଼ ମାଡ଼ କରିଥିବା ଜଣାପଡିଛି। ଏସିଡ ମାଡର କାରଣ ସ୍ପଷ୍ଟ ହୋଇନଥିଲେ ହେଁ ଏହା ପଛରେ ପ୍ରେମ ବ୍ୟାପାର ରହିଥିବା ଅନୁମାନ କରାଯାଉଛି।