ଭୂସ୍ଖଳନ ପରେ ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶରେ ଭୀଷଣ ବର୍ଷା ଓ ଭୂସ୍ଖଳନ ପରେ ଭୂକମ୍ପ ଝଟକା। ଶିମଲାରେ ସକାଳ ୭ଟା ୫୮ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଶିମଲା ପାଣିପାଗ ବିଭାଗ ଏନେଇ ସ୍ପଷ୍ଟ କରିଛନ୍ତି। ତେବେ ଜନଜୀବନ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଭୂକମ୍ପ କେନ୍ଦ୍ର ଶିମଲାରୁ ୧୦ କିଲୋମିଟର ଦୂର ଥିଲା ବୋଲି କୁହାଯାଇଛି।
ହିମାଚଳର ଚମ୍ବା ଜିଲ୍ଲାରେ ସବୁଠାରୁ ଅଧିକ ଭୂକମ୍ପ ହୋଇଥାଏ। ଏହାପରେ କିନ୍ନୌର, ଶିମଲା, ବିଳାସପୁର ଓ ମଣ୍ଡି ସମ୍ବେଦନଶୀଳ ଅଞ୍ଚଳ। ଶିମଲା ଜିଲ୍ଲାକୁ ନେଇ ଚେତାବନୀ ଜାରି କରାଯାଇଥିଲା ଯେ, ସହର ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ନୁହେଁ।