ହିମାଚଳ ପ୍ରଦେଶ ଭୂସ୍ଖଳନ ଘଟଣା: ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ମାଟି ଅତଡା ଧସିବାରୁ ଏକ ଯାତ୍ରୀବାହୀ ବସ୍ ସମେତ ବିଭିନ୍ନ ଗାଡିରେ ପ୍ରାୟ ୫୦ ଜଣ ଫସି ରହିଛନ୍ତି। ତେଣୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଂଶକା କରାଯାଉଛି। ଘଟଣାସ୍ଥଳରୁ ୧୪ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେ ବି ଘଟଣାସ୍ଥଳରେ ଏନଡିଆରଏଫ୍ ଓ ଆଇଟିବିପି ଯବାନଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସେନା, ପୋଲିସ ଓ ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଆର୍ଥ ମୁଭର ମେସିନ୍ ମାଧ୍ୟମରେ ମାଟି ହଟାଯାଉଛି। ହିମାଚଳପ୍ରଦେଶର କିନ୍ନୌର ଜିଲ୍ଲାରେ ଏହି ଅଘଟଣ ଘଟିଛି। କ୍ୟୁରି ରୋଡର ନୁଗୁଲସାରୀ ଓ ଚୌରା ମଧ୍ୟରେ ଅଚାନକ ଭୁସ୍ଖଳନ ହେବାରୁ ଏକ ପାହାଡର କିଛି ଅଂଶ ଧସିଯାଇଥିଲା। ଏକ ଯାତ୍ରିବାହୀ ବସ୍, ଏକ ଟ୍ରକ୍, ବୋଲେରୋ ଓ ୩ଟି କାର ଉପରେ ମାଟି ଅତଡା ପଡି ଯାଇଥିଲା।