ଐତିହାସିକ ଗ୍ରାଉଣ୍ଡରେ ଆଣ୍ଡରସନ୍ଙ୍କ ବିଶ୍ବ ରେକର୍ଡ, ପ୍ରଥମ ଦ୍ରୁତ ବୋଲର ଭାବେ ରଚିଲେ ଇତିହାସ

ଲଣ୍ଡନ: ଐତିହାସିକ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ୨ୟ ମ୍ୟାଚ୍। ଇଂଲଣ୍ଡ ଅଧିନାୟକ ଜୋଏ ରୁଟ୍ ପ୍ରଥମେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ଯାହାଫଳରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲା। ଖବର ଲେଖା ହେବା ସୁଦ୍ଧା ଟିମ୍ ଇଣ୍ଡିଆ ପ୍ରଥମ ଦିନର ଟି ବ୍ରେକ ପର୍ଯ୍ୟନ୍ତ ୨ଟି ଓ୍ବିକେଟ ହରାଇ ମୋଟ ୧୫୭ ରନ୍ କରିଛି।
ଟିମ୍ ଇଣ୍ଡିଆ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲା। ରୋହିତ ଶର୍ମା ଓ କେଏଲ ରାହୁଲ ଇନିଂସ୍ ଓପନ କରିଥିଲେ। ଦୁହେଁ ଦମଦାର ଆରମ୍ଭ କରିଥିଲେ। ଦୁଇ ଖେଳାଳିଙ୍କ ମଧ୍ୟରେ ୧୨୬ ରନର ପାର୍ଟନରଶିପ୍ ହୋଇଥିଲା। ଏହାପରେ ଜେମସ୍ ଆଣ୍ଡରସନ୍ ଦଳକୁ ପ୍ରଥମ ଝଟକା ଦେଇଥିଲେ। ଦମଦାର ବ୍ୟାଟିଂ କରୁଥିବା ରୋହିତ ଶର୍ମାଙ୍କୁ କ୍ଲିନ୍ ବୋଲ୍ଡ କରି ପ୍ୟାଭିଲିଅନ୍ ପଠାଇଥିଲେ। ରୋହିତ ୮୩ ରନର ଇନିଂସ୍ ଖେଳି ଆଉଟ୍ ହୋଇଥିଲେ। ଏହାପରେ ଚେତେଶ୍ବର ପୂଜାରା ରାହୁଲଙ୍କ ସାଥ ଦେଇଥିଲେ। ହେଲେ ବେଶି ସମୟ କ୍ରିଜରେ ତିଷ୍ଟି ପାରି ନଥିଲେ। ମାତ୍ର ୯ ରନ୍ କରି ଆଣ୍ଡରସନଙ୍କ ଶିକାର ହୋଇଥିଲୋ ଯାହାଫଳରେ ଭାରତକୁ ୧୫ହ ରନରେ ଦ୍ବିତୀୟ ଝଟକା ଲାଗିଥିଲା। ବର୍ତ୍ତମାନ ରାହୁଲ ୫୫ ଓ ବିରାଟ ୦ ରନ୍ କରି କ୍ରିଜରେ ଅଛନ୍ତି।
ଏଥିସହିତ ଇଂଲଣ୍ଡର ଷ୍ଟାର ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ ରଚିଛନ୍ତି ଇତିହାସ। ଟେଷ୍ଟ କ୍ରିକେଟରେ ୩୫ ହଜାରରୁ ଉର୍ଦ୍ଧ୍ବ ବଲ୍ ପକାଇବାର କାରନାମା କରିଛନ୍ତି ଆଣ୍ଡରସନ୍। ଦୁନିଆର ପ୍ରଥମ ପେସ୍ ବୋଲର ଭାବେ ଓ ୪ର୍ଥ ବୋଲର ଭାବେ ବିଶ୍ବ ରେକର୍ଡ କରିଛନ୍ତି ଜେମ୍ସ ଆଣ୍ଡରସନ୍।
James Anderson becomes only the 4th bowler to deliver 35000+ balls in Test cricket.
44039- M Muralitharan
40850- A Kumble
40705- S Warne#ENGvsIND#IndvsEng pic.twitter.com/w243ZuOMRB— Cricstatsman (@cricstatsman) August 12, 2021
ଆଣ୍ଡରସନଙ୍କ ପୂର୍ବରୁ ଶ୍ରୀଲଙ୍କାର ମୁଥୟା ମୁରଲୀଧରନ (୪୪,୦୩୯), ଭାରତର ଅନୀଲ କୁମ୍ବଲେ(୪୦,୫୮୦), ଅଷ୍ଟ୍ରେଲିଆର ସେନ୍ ଓ୍ବାର୍ଣ୍ଣ (୪୦,୭୦୫) ବଲ ପକାଇ ସାରିଛନ୍ତି। ଏବେ ଦୁନିଆର ୪ର୍ଥ ବୋଲର ଭାବେ ଆଣ୍ଡରସନ୍ ଟେଷ୍ଟ କ୍ରିକେଟରେ ୩୫ ହଜାରରୁ ଉର୍ଦ୍ଧ୍ବ ବଲ୍ ପକାଇଛନ୍ତି।