ରକ୍ଷାବନ୍ଧନ ପୂର୍ବରୁ ମହିଳା ଉଦ୍ୟୋଗୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି

ନୂଆଦିଲ୍ଲୀ: ରକ୍ଷାବନ୍ଧନ ପୂର୍ବରୁ ମହିଳା ଉଦ୍ୟୋଗୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆତ୍ମନିର୍ଭର ନାରୀଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଧାମନ୍ତ୍ରୀ ମୋଦି ଦୀନଦୟାଲ ଅନ୍ତଦୋୟ ଯୋଜନା, ରାଷ୍ଟ୍ରୀୟ ଗ୍ରାମୀଣ ଜୀବୀକା ମିଶନ ସହିତ ଜଡିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡିତ ମହିଳା ସଦସ୍ୟ ମାନଙ୍କ ସହ କଥା ହେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମହିଳା ଉଦ୍ୟୋଗୀ ମାନଙ୍କ ସ୍ୱରୋଜଗାର ବୃଦ୍ଧି କରିବା ପାଇଁ ଆତ୍ମନିର୍ଭର ଭାରତ ଯୋଜନାରେ୧୬୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି।
କରୋନା କାଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସେବାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, କରୋନା କାଳରେ ମାସ୍କ ଓ ସାନିଟାଇଜର ପ୍ରସ୍ତୁତ କରିବା ସହ ଆବଶ୍ୟକ ସ୍ଥଳେ ଲୋକମାନଙ୍କୁ ଖାଦ୍ୟ ଯୋଗାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇଛି।