ନିର୍ବାଚନ ଆୟୋଗଙ୍କ ୱେବସାଇଟ ହ୍ୟାକ୍
![](https://www.odishalink.com/wp-content/uploads/2020/09/election-commission-of-india.jpg)
ସହାରନପୁର: ଭାରତ ନିର୍ବାଚନ ଆୟୋଗଙ୍କ ୱେବସାଇଟ ହ୍ୟାକ୍। ଏହି ଘଟଣାରେ ଉତ୍ତରପ୍ରଦେଶ ସହାରନପୁର ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଭିପୁଲ ସାଇନି ନକୁଡ଼ ଅଞ୍ଚଳରେ ନିଜର ଏକ କମ୍ପ୍ୟୁଟର ଦୋକାନରୁ ନିର୍ବାଚନ ଆୟୋଗଙ୍କ ୱେବସାଇଟ ହ୍ୟାକ କରିଥିଲା। ଏଥିସହି ନିର୍ବାଚନ ଆୟୋଗରେ କାମ କରୁଥିବା ଡାଟା ଏଣ୍ଟ୍ରି ଅପରେଟରକୁ ବି ପୁଲିସ ଗିରଫ କରିଛି।
ଆୟୋଗଙ୍କୁ ୱେବସାଇଟରେ କିଛି ତ୍ରୁଟି ପରିଲକ୍ଷିତ ହେବାରୁ ସେମାନେ ଯାଞ୍ଚ ଏଜେନ୍ସିଙ୍କୁ ଏହାର ସୂଚନା ଦେଇଥିଲେ। ଏଜେନ୍ସି ଯାଞ୍ଚ ସମୟରେ ଅଭିଯୁକ୍ତ ଭିପୁଲ ସନ୍ଦେହ ଘେରକୁ ଆସିଥିଲା। ଏହାପରେ ଏଜେନ୍ସି ସହାରନପୁର ପୁଲିସକୁ ଭିପୁଲ ସମ୍ପର୍କରେ ସୂଚନା ଦେଇଥିଲେ। ପୁଲିସ ଭିପୁଲର ଗତିବିଧି ଉପରେ ନଜର ରଖି ଯାଞ୍ଚକୁ ଆଗକୁ ବଢ଼ାଇଥିଲ। ପୁଲିସ ଭିପୁଲର ଘର ଉପରେ ହଠାତ ଚଢ଼ାଉ କରି ଗିରଫ କରିଥିଲା।
ପଚରାଉଚରା ସମୟରେ ସାଇନି କହିଥିଲା କି, ମଧ୍ୟପ୍ରଦେଶର ଇରଦାରେ ବସବାସ କରୁଥିବା ଅରମାନ ମଲ୍ଲିକ ପରାମର୍ଶରେ ସେ ଏପରି କାମ କରୁଥିଲା। ତିନିମାସ ମଧ୍ୟରେ ସେ ୧୦,୦୦୦ ନକଲି ଭୋଟର ପରିଚୟ ପତ୍ର ବାହାର କରିଛି। ଯାଞ୍ଚ ସମୟରେ ଭିପୁଲ ସାଇନି ବ୍ୟାଙ୍କ ଖାତାରେ ୬୦ଲକ୍ଷ ଟଙ୍କା ମିଳିଥିଲା। ଭିପୁଲ ଜମା ଖାତାରେ ଏତେଗୁଡ଼ିଏ ରାଶି କେଉଁଠୁ ଆସିଲା ସେନେଇ ତଦନ୍ତ ଚାଲିଛି।