ଉଡ଼ନ୍ତା ବିମାନରୁ ଖସିପଡ଼ିଲେ, ଚାଲିଗଲା ୩ ଜୀବନ

କାବୁଲ: ତାଲିବାନ୍ କବଳରେ ଆଫଗାନିସ୍ତାନ। ଯାହାଫଳରେ ଏବେ ଆଫଗାନିସ୍ତାନ ଛାଡ଼ିବାକୁ ଡହଳବିକଳ ହେଉଛନ୍ତି ଲୋକେ। ନିଜ ଜୀବନକୁ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ଦେଶ ଛାଡ଼ିବାକୁ ଲୋକେ ହେଉଛନ୍ତି ପ୍ରସ୍ତୁତ। ସ୍ଥିତି ଏଭଳି ଯେ ଯାତ୍ରୀବାହୀ ବସ୍ ଭଳି ବିମାନ ଉପରକୁ ଚଢ଼ିବାକୁ ପଛାଉନାହାନ୍ତି ଲୋକେ। ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସେଠାରେ ସ୍ଥିତି ଭୟାବହ ହୋଇଛି। ଯେଉଁଥିପାଇଁ ଲୋକେ ଭୟଭୀତ ହୋଇ ଦେଶ ଛାଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି।
ଏସବୁ ମଧ୍ୟରେ ଏଭଳି ଏକ ଭିଡିଓ ଆସିଛି ଯାହା ଆପଣଙ୍କ ଛାତିକୁ ମଧ୍ୟ ଥରାଇ ଦେବ। ଭିଡିଓଟିରେ ଦେଖିବାକୁ ମିଳିଛି ଯେ, ବିମାନ ଉଡ଼ୁଥିବା ସମୟରେ ୩ ଜଣ ବ୍ୟକ୍ତି ଖସିପଡ଼ୁଛନ୍ତି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Shocking!
In Kabul, three people have placed themselves in the tires of a military plane, after taking off, they fell from the sky. It was confirmed by the people on the ground. pic.twitter.com/Pknc2NQ9Qk— Tajuden Soroush (@TajudenSoroush) August 16, 2021
ମିଳିଥିବା ସୂଚନା ମୁତାବିକ, କାବୁଲ ବିମାନବନ୍ଦରରୁ ଯାଉଥିବା ଏକ ବିମାନରେ ଆଉ ଜାଗା ନଥିଲା। ଫଳରେ ୩ ତିନି ଜଣ ବ୍ୟକ୍ତି ଟାୟାରରେ ଝୁଲି ରହି ବିମାନରେ ଯିବାକୁ ପ୍ରୟାସ କରିଥିଲେ। କିନ୍ତୁ ଆଫଗାନିସ୍ତାନ ଛାଡିବାର ସ୍ୱପ୍ନ ସେମାନଙ୍କ ସ୍ବପ୍ନରେ ହିଁ ରହିଗଲା।କାରଣ ବିମାନରୁ ଖସିପଡି ଏହି ତିନି ଜଣଙ୍କର ଜୀବନ ଚାଲିଯାଇଛି। ଏହି ଲୋମଟାଙ୍କୁରା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡିଓ କେଉଁ ସମୟର କେଉଁ ବିମାନର ତାହା ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ।