ଆଜିଠୁ କ୍ଲାସରୁମରେ ପଢ଼ିବେ ୟୁଜି ପିଜି ଛାତ୍ରଛାତ୍ରୀ
![](https://www.odishalink.com/wp-content/uploads/2021/01/examination-center-at-utkal-university.jpg)
ଭୁବନେଶ୍ୱର: ଆଜିଠୁ ପିଜି ପ୍ରଥମ ବର୍ଷ ଏବଂ ୟୁଜି ପ୍ରି-ଫାଇନାଲ୍ ବର୍ଷର ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ପଢ଼ିବେ। ଏହା ସହ ହଷ୍ଟେଲ ମଧ୍ୟ ଖୋଲାଯିବ। କରୋନା କଟକଣା ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି କଲେଜ ଖୋଲିବ।
କଲେଜ ଖୋଲିବା ପୂର୍ବରୁ ସମସ୍ତ କ୍ଲାସରୁମକୁ ସାନିଟାଇଜ କରାଯାଇଛ। ଏହାସହ ଆନୁଷଙ୍ଗିକ ବ୍ୟବସ୍ଥା କରିଛନ୍ତି କଲେଜ କର୍ତ୍ତୃପକ୍ଷ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ବତନ୍ତ୍ର ଆଇସୋଲେସନ ରୁମର ବ୍ୟବସ୍ଥା କରାଯାଇଛି।
ପିଜି ଓ ୟୁଜି ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ପୂର୍ବ ଯୋଜନା ଅନୁଯାୟୀ ଅନଲାଇନ୍ ମୋଡରେ ଅନୁଷ୍ଠିତ ହେବ। ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲୁଥିବାରୁ ସେମାନଙ୍କର କ୍ୟାମ୍ପସକୁ ଆସିବାର କୌଣସି ଆବଶ୍ୟକତା ନାହିଁ। କରୋନା ଯୋଗୁଁ ଏପର୍ଯ୍ୟନ୍ତ ପ୍ରଥମ ସେମିଷ୍ଟାର ପାଠପଢ଼ା ସମ୍ପୂର୍ଣ୍ଣ ହୋଇ ନାହିଁ। ଅଧିକାଂଶ କଲେଜ ଓ ବିଶ୍ୱବିଦ୍ୟାଳୟରେ ଇଣ୍ଟରନାଲ୍ ଆସେସ୍ମେଣ୍ଟ ମଧ୍ୟ ହୋଇ ନାହିଁ।