ହାଇତି ଭୂକମ୍ପ: ମୃତ୍ୟୁସଂଖ୍ୟା ଟପିଲାଣି ୧୨୦୦

ହାଇତି: ହାଇତିରେ ୭.୨ ତୀବ୍ରତାରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଭୂଷୁଡି ପଡିଛି ବଡ ବଡ ଅଟ୍ଟାଳିକା। ଫଳରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଏଯାଏଁ ୧୨୦୦ ଲୋକ ମୃତ୍ୟୁ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି।
ଭୂକମ୍ପର ପ୍ରକୋପ ଏତେ ଭୟାବହ ଥିଲା ଯେ, ପ୍ରଧାନମନ୍ତ୍ରୀ ଆରିଏଲ ହେନେରୀ ଦେଶରେ ଏକ ମାସର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଯେଉଁଠି କ୍ଷୟକ୍ଷତି ଅଧିକ ହୋଇଛି ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତ ରୋଗୀଙ୍କୁ ଡାକ୍ତରଖାନାରେ ରୋଗୀ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ କ୍ଷୟକ୍ଷତିର ଆକଳନ ନହେବା ପର୍ଯ୍ୟନ୍ତ ସେ ଆନ୍ତର୍ଜାତୀୟ ସହାୟତା ଲୋଡ଼ିବେ ନାହିଁ ବୋଲି କହିଛନ୍ତି।