ସେପ୍ଟେମ୍ବର ୧ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ବର: କରୋନା କାଳରେ ଅନୁଷ୍ଠିତ ହେବ ବିଧାନସଭା ମୌସୁମୀ ଅଧିବେଶନ। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ମୁତାବିକ ସେପ୍ଟେମ୍ବର ୧ରୁ ଆରମ୍ଭ ହେବ ମୌସୁମି ଅଧିବେଶନ। ଏହା ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ ସମୟରେ ପୂରା କୋଭିଡ୍ ଗାଇଡ୍ଲାଇନ୍ ପାଳନ କରାଯିବ। ପାଞ୍ଚ ତାରିଖ ରବିବାର ଛାଡି ବାକି ୮ ଦିନ କାର୍ଯ୍ୟ ଦିବସ ରହିବ। ଆଠ ଦିନରୁ ୭ ଦିନ ଅଫିସିଆଲ ବିଜିନେସ୍ ପାଇଁ ସମୟ ନିର୍ଘଣ୍ଟ କରାଯାଇଛି।